ଦଣ୍ଡନାଚ ବେଳେ ଘର ଆଗରୁ ବାଇକ ଚୋରି ।

0 454

ଭଞ୍ଜନଗର, ୩୧/୦୩(ପିପିଟି):ରବିବାର ରାତିରେ ଭଞ୍ଜନଗର ସ୍ଥିତ ଭେଜିପୁଟ ବାଲି ସାହିରେ ବଡ଼ ବୋରସିଂ ଦଣ୍ଡଯାତ୍ରା ଅନୁଷ୍ଠିତ ହେଉଥିଲା।ଏହାକୁ ଦେଖିବା ପାଇଁ ପ୍ରବଳ ଜନ ସମାଗମ ହୋଇଥିଲା।ଏହାର ସୁଯୋଗରେ ଭେଜିପୁଟ ମୁଖ୍ୟ ରାସ୍ତାରେ ରହୁଥିବା ଅଭିମନ୍ୟୁ ବିଷୋୟୀଙ୍କ ଘର ଆଗରେ ତାଙ୍କ ସାନ ପୁଅ ପ୍ରଶାନ୍ତ ନିଜ ହିରୋ ବାଇକ ନଂ ଓଡ଼ି-୩୨ଜି ୭୩୧୬ ରଖିଥିବା ବେଳେ କେହି ଦୁର୍ବୁତ୍ତ ଏହାକୁ ଚୋରି ହୋଇଥିବା ଭଞ୍ଜନଗର ଥାନାରେ ଅଭିଯୋଗ ହୋଇଛି।ଆଜି ସକାଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଆଖପାଖରେ ଥିବା ସିସି ଟିଭି ଫୁଟେଜକୁ ଯାଞ୍ଚ କରି ଫେରିଥିବା ଜଣାପଡ଼ିଛି।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.