ଦକ୍ଷିଣାଞ୍ଚଳ ସୂଚନା ଓ ଲୋକସମ୍ପର୍କ ବିଭାଗର ଉପ ନିର୍ଦ୍ଦେଶକଙ୍କ ଯୋଗଦାନ ।

0 286

ବ୍ରହ୍ମପୁର,୦୪/୦୩(ପିପିଟି): ଦକ୍ଷିଣାଞ୍ଚଳ ସୂଚନା ଓ ଲୋକସମ୍ପର୍କ ବିଭାଗର ଉପ ନିର୍ଦ୍ଦେଶକ ଲଲାଟେନ୍ଦୁ ମହାପାତ୍ର ଆଜି ବ୍ରହ୍ମପୁର ଦକ୍ଷିଣାଞ୍ଚଳ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟରେ ଯୋଗଦାନ କରି ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବରୁ ସେ ପୁରୀ, ଭୁବନେଶ୍ୱର,କଟକ ରେ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବରେ ସୂଚାରୁ ରୂପେ କାର୍ଯ୍ୟ ସମ୍ପାଦନ କରିଆସିଛନ୍ତି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ କଟକ ଜିଲ୍ଲା ରୁ ବ୍ରହ୍ମପୁର ଉପ ନିର୍ଦ୍ଦେଶକ ଭାବେ ବଦଳି ହୋଇ ଆସିଛନ୍ତି । ବ୍ରହ୍ମପୁର ଦକ୍ଷିଣାଞ୍ଚଳ ସୂଚନା ଓ ଲୋକସମ୍ପର୍କ ବିଭାଗର ସମସ୍ତ କର୍ମଚାରୀ,ବ୍ରହ୍ମପୁର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରଶ୍ମିରାଣୀ ନିମାକା,ବରିଷ୍ଠ ଅଧିକାରୀ ଲୋକନାଥ ଶତପଥୀ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ ।

Leave A Reply

Your email address will not be published.