ଦକ୍ଷିଣପୁର ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ।

0 847

ଦିଗପହଣ୍ଡି , ୨୫/୦୭ (ପିପିଟି):ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁକୁଡ଼ାଖଣ୍ଡି ବ୍ଲକ୍ ଅଧୀନ ଦକ୍ଷିଣପୁର ଗ୍ରାମରେ ଆଜି ଜାତୀୟ ରାଜପଥ କୁ ଅବରୋଧ କରିଛନ୍ତି ଗ୍ରାମବାସୀ । ଗତ କାଲି ଏକ ଦୃଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ଏକ ବାଇକ୍ ଦୃଘଟଣା ଗ୍ରସ୍ତ ହୋଇ ଜଣେ ସ୍କୁଲ ଛାତ୍ର କୁ ଧକ୍କା ଦେଇଛି ଯାହାଫଳରେ ଗ୍ରାମରେ ଉତେଜନା ଦେଖିବାକୁ ମିଳିଛି । ପୋଲିସ ପ୍ରଶାସନ ତରଫରୁ ଏ ପର୍ଯ୍ୟନ୍ତ କୌଣସି ପଦେକ୍ଷପ ନିଆଯାଇନଥିବା ରୁ ଏଭଳି ସମସ୍ୟା ଦେଖିବାକୁ ମିଳିଛି । ବର୍ତମାନ ଯାତାୟତ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଚି । ବର୍ତମାନ ପର୍ଯ୍ୟନ୍ତ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି ନଥିବା ଦେଖିବାକୁ ମିଳିଛି । ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ତୁରନ୍ତ ପ୍ରଶାସନ ପହଞ୍ଚି ସମସ୍ୟାର ସମାଧାନ କରିବାକୁ ଲୋକେ ଅନୁରୋଧ କରିଛନ୍ତି ।

ରିପୋର୍ଟ -ଆରତ କୁମାର ହୋତା

Leave A Reply

Your email address will not be published.