ଥାନା ଅଧିକାରୀଙ୍କ ସହାୟତାରେ ବୃଦ୍ଧାଙ୍କ ଶବ ସତ୍କାର ।

0 209

ଭଞ୍ଜନଗର ୦୬/୦୨(ପିପିଟି):ଭଞ୍ଜନଗର ବ୍ଲକ ଲେମ୍ଭେଇ ଗ୍ରାମ ପଞ୍ଚାୟତ ଟାଙ୍ଗଣ ଗ୍ରାମର ୮୫ ବର୍ଷୀୟ ବୃଦ୍ଧା ନୀଳନ୍ଦ୍ରି ରାଉଳ ଙ୍କ ଗତ ବିଳମ୍ବିତ ରାତିରେ ବାର୍ଦ୍ଧକ୍ୟ ପାଇଁ ମୃତ୍ୟୁ ଘଟିଥିଲା। ଗ୍ରାମର କୌଣସି ବ୍ୟକ୍ତି ଙ୍କ ଶବକୁ ସତ୍କାର କରିବା ପାଇଁ ନ ଆସିବା କାରଣରୁ ତାଙ୍କ ସମ୍ପର୍କୀୟ ପତିତ ନାମକ ଜଣେ ପୁତୁରା ଭଞ୍ଜନଗର ରୁ ଅସି ମୃତ ଦେହକୁ ପୁରୀ ନେବାପାଇଁ ମନସ୍ଥ କରିଥିଲେ। କିନ୍ତୁ ସ୍ବର୍ଗତ ନୀଳାନ୍ଦ୍ରିଙ୍କର କୌଣସି ପ୍ରମାଣ ପତ୍ର ନଥିବା କାରଣରୁ ପୁରୀ ନେବା ଏକ ପ୍ରକାର ଅସମ୍ଭବ ହୋଇ ପଡ଼ିଥିଲା। ପତିତ ଏ ନେଇ ବିପଦର ବନ୍ଧୁ ଅନୁଷ୍ଠାନ କୁ ଜଣାଇଥିଲେ ଏବଂ ସଙ୍ଗଠନର ସଦସ୍ୟ ମାନେ ଭଞ୍ଜନଗର ଥାନା ଅଧିକାରୀ ଜୀବନାନନ୍ଦ ଜେନାଙ୍କୁ ସହାୟତା ମାଗିଥିଲେ। ଶ୍ରୀ ଜେନା ପୁରୀ ଟାଉନ ଥାନା ଅଧିକାରୀଙ୍କ ସହ ଯୋଗାଯୋଗ କରି ସ୍ବର୍ଗତ ରାଉଳଙ୍କ କିଛି ପ୍ରମାଣପତ୍ର କରାଇ ସେମାନଙ୍କୁ ସହଯୋଗ କରିଥିଲେ। ପରେ ମୃତ ଦେହକୁ ପୁରୀ ସ୍ୱର୍ଗଦ୍ୱାରରେ ସତ୍କାର କରାଯାଇଥିଲା। ସ୍ଥାନୀୟ ବାସିନ୍ଦା ଏବଂ ପରିଜନ ଥାନା ଅଧିକାରୀଙ୍କୁ ସହଯୋଗ ପାଇଁ କୃତଜ୍ଞତା ଜଣାଇଛନ୍ତି।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.