ତ୍ରିପାଠୀ ଟ୍ୟୁଟୋରିଆଲ ନିର୍ବାଚନରେ ଅନିଷ ସଭାପତି ।

0 474

ଭଞ୍ଜନଗର, ୧୦/୦୮(ପିପିଟି) : ରାଜନେତାଙ୍କ ସଠିକ ନିଷ୍ପତ୍ତିଗତ ପରିଚାଳନା ଦ୍ୱାରା ରାଷ୍ଟ୍ରର ମଙ୍ଗଳ ହୋଇଥାଏ।ତେଣୁ ନିର୍ବାଚନରେ ଜଣେ କାର୍ଯ୍ୟ ଦକ୍ଷ ନେତା ଚୟନ କରିବା ପ୍ରତ୍ୟେକ ନାଗରିକର କର୍ତ୍ତବ୍ୟ।ଛାତ୍ରବସ୍ଥାରୁ ରାଜନୀତି ପ୍ରତି ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବା ପାଇଁ ମହାବିଦ୍ୟାଳୟ ସ୍ତରରେ ପ୍ରତି ବର୍ଷ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଥିଲା।ହେଲେ ରାଜନୈତିକ ହିଂସା କାରଣରୁ ରାଜ୍ୟରେ ବିଗତ କିଛି ବର୍ଷ ହେଲା ସମସ୍ତ ମହାବିଦ୍ୟାଳୟ ରେ ଏହି ନିର୍ବାଚନକୁ ସ୍ଥଗିତ ରଖାଯାଇଛି।ହେଲେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସ୍ଥିତ ତ୍ରିପାଠୀ ଟ୍ୟୁଟୋରିଆଲର ସମସ୍ତ ଦାୟିତ୍ୱ ଛାତ୍ରଛାତ୍ରୀ ମାନେ ତୁଲାଇ ଆସୁଛନ୍ତି।ଏଥି ନିମନ୍ତେ ପ୍ରତିବର୍ଷ ଏହି ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନିର୍ବାଚନ କରାଯାଉଛି।ଏହା ଦ୍ୱାରା ନୂତନ ଛାତ୍ର ନେତା ସୃଷ୍ଟି ହୋଇ ପାରୁଛନ୍ତି।ଯାହା ଫଳରେ ଆଗାମୀ ଦିନରେ ସେମାନେ ନିଜର ଅଭିଜ୍ଞତାକୁ ନେଇ ରାଜନୈତିକ ଜୀବନ ଆରମ୍ଭ କରି ବାରେ କୌଣସି ସମସ୍ୟା ରହିବ ନାହିଁ।ଏହି ଶିକ୍ଷାନୁଷ୍ଠାନର ଚଳିତ ୨୦୨୫-୨୬ ବର୍ଷ ପାଇଁ ଅନୁଷ୍ଠିତ ନିର୍ବାଚନରେ ସଭାପତି ଭାବେ ଅନିଷ କୁମାର ମିଶ୍ର, ଉପସଭାପତି ଆଲୋକ ଚନ୍ଦ୍ର ବେହେରା, ସାଂସ୍କୃତିକ ସମ୍ପାଦକ ସ୍ନେହଲତା ବେହେରା ଓ କ୍ରୀଡ଼ା ସମ୍ପାଦକ ଆଶାଲତା ଡାକୁଆ ନିର୍ବାଚିତ ହୋଇଛନ୍ତି।ବିଜୟୀ ପ୍ରାର୍ଥୀ ମାନଙ୍କୁ ଅନୁଷ୍ଠାନର ମୁଖ୍ୟ ନିରଞ୍ଜନ ତ୍ରିପାଠୀ (ଜିଲୁ)ଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନେ ଶୁଭେଚ୍ଛା ଜଣାଇଛନ୍ତି।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.