ତିକୁଡାରେ ଡ଼ୁମାଲ ସମାଜ ତରଫରୁ ରକ୍ତଦାନ ଶିବିର ୨୦ ୟୁନିଟ ରକ୍ତ ସଂଗ୍ରହ ।

0 252

ସୁବର୍ଣ୍ଣପୁର ,୧୦/୦୨(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ର ତିକୁଡା ଝର ତପୋବନ ପଡିଆ ରେ ଆଜି ଆମ ଓଡିଶା ସମ୍ବାଦ ଓ ଜିଲ୍ଲା ଡ଼ୁମାଲ ସମାଜ ସୁବର୍ଣ୍ଣପୁର ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ରେ ସର୍ବମୋଟ ୨୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ରକ୍ତ ଦାତା ଜୀବନ ଦାତା ହେଲେ ରହିତେଶ୍ଵ ମହାକୁର, ସାନନ୍ଦ ଦେହୁରୀ, ବଶିଷ୍ଠ ପରର୍ଡିଆ, ଧର୍ମେନ୍ଦ୍ର କର୍ଣ୍ଣ, ଅରୁଣ ପଧାନ, ବାମଦେବ ଦତ୍ତ, ଉମାକାନ୍ତ ମେଣ୍ଡଳୀ, ନିମେଇ ବଘାର, ରଞ୍ଜନ ବଘାର, ସ୍ୱାଗତ ମହାକୁର, ରାଧେଶ୍ୟାମ ବଘାର, କ୍ଷୀର ସିନ୍ଧୁ କର୍ଣ୍ଣ, ସାମ୍ପ୍ରତିକ ଖେତୀ, ଓମ ପ୍ରକାଶ ମେଣ୍ଡଳୀ, ନୟନା କଳତା, ଧବଳେଶ୍ୱର ପଧାନ, ଚିତ୍ତରଞ୍ଜନ କର୍ଣ୍ଣ, ଶିବ କର୍ମୀ, ଲାଲବାହାଦୁର ପଧାନ, ଭୀମ ଭୋଇ ପ୍ରମୁଖ ରକ୍ତଦାନ କରି ଥିଲେ । ଜିଲ୍ଲା ସଭାପତି ଅଶ୍ୱିନୀ ମହାକୁର, ବଶିଷ୍ଠ ପରର୍ଡିଆ, ମାର୍କଣ୍ଡ କର୍ମୀ ସମେତ ବହୁ ସଭ୍ୟ ଉପସ୍ଥିତ ରହି ଶିବିର କୁ ଉଦଘାଟନ କରିବା ସହ ରକ୍ତ ଦାନ କରୁ ଥିବା ରକ୍ତଦାତା କୁ ଉତ୍ସାହିତ କରି ଥିଲେ । ସନ୍ତୋଷ ପଧାନ,ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାରର କର୍ମଚାରୀ ଜଗତ ଦରୱାନ, ଯୁଜେଷ୍ଟି ନାୟକ, ସୁଦାମ ବିଶ୍ୱାଳ, ରକ୍ତ ସଂଗ୍ରହ କରିଥିଲେ । ଡାକ୍ତର ବୃନ୍ଦାବନ ମେହେର ଉପସ୍ଥିତ ରହି ରକ୍ତ ଦାତା ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବାବେଳେ ଉଲୁଣ୍ଡା ବ୍ଲକ ସମ୍ବାଦ ପ୍ରତିନିଧି କୁଶ ବଘାର ଶିବିର କୁ ପରିଚାଳନା କରିଥିଲେ । ରକ୍ତଦାନ କରିଥିବା ସମସ୍ତ ରକ୍ତ ଦାତାଙ୍କୁ ଆମ ଓଡିଶା ସମ୍ବାଦ ତରଫରୁ ମିଳିଥିବା ମାନପତ୍ର କୁ ଡ଼ୁମାଲ ସମାଜ ତରଫରୁ ପ୍ରଦାନ କରାଯାଇଥିଲା ।

ରିପୋର୍ଟ- ଶାନ୍ତନୁ କୁମାର କର୍ଣ

Leave A Reply

Your email address will not be published.