କୋଦଳା,୧୬/୦୮(ପିପିଟି): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ତାଳସରରେ ଜନ୍ମାଷ୍ଟମୀ ଉତ୍ସବ ମହାଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ବିଦ୍ୟା ମନ୍ଦିରର କୁନିକୁନି କୋମଳମତି ଶିଶୁ ଭାଇ ଭଉଣୀ ମାନେ କୁନି ଶ୍ରୀ କୃଷ୍ଣ,ଶ୍ରୀ ରାଧା ଓ ଶ୍ରୀ ବଳଭଦ୍ରଙ୍କ ବେଶରେ ସୁସଜ୍ଜିତ ହୋଇ ନଗର ପରିକ୍ରମା କରିବା ସହିତ ଶ୍ରୀ କୃଷ୍ଣଙ୍କ ଭଜନରେ ନୃତ୍ୟ ପରିବେଷଣ କରି ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲେ । ନଗର ପରିକ୍ରମା କରିବା ସମୟରେ ଶିଶୁ ମନ୍ଦିରର ଗୁରୁଜୀ ଗୁରୁମାଙ୍କ ସମେତ ଗ୍ରାମବାସୀ ମାନେ ଉପସ୍ଥିତ ରହିବା ସହ ସହଯୋଗ କରିଥିଲେ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ)