କୋଦଳା,୨୮/୦୧(ପିପିଟି): ସୋମବାର ସନ୍ଧ୍ୟା ରେ ନୈତିକ ଶିକ୍ଷା ଓ ଶିକ୍ଷା ବିକାଶ ସମିତିର ଦର୍ଶନ,ମୌଳିକ ଶିକ୍ଷା ଉପରେ କାର୍ଯ୍ୟରତ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ତାଳସର ସରସ୍ବତୀ ଶିଶୁ ବିଦ୍ୟା ପରିସରରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ କବିସୂର୍ଯ୍ୟ ନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଯୋଗ ଦେଇଥିବା ବେଳେ, ମୁଖ୍ୟବକ୍ତା ଭାବେ ଅଙ୍ଗାରଗାଁ ଦଣ୍ଡପାଣି ସୁମନ୍ତରାୟ ଉଚ୍ଚ ବିଦ୍ୟାଳୟର ର ପ୍ରଧାନଶିକ୍ଷକ ବିପ୍ର ଚରଣ ସାହୁ, ସମ୍ମାନିତ ଅତିଥି ଭାବେ ବିଜେପି ନେତା ସିତାରାମ ପାଣିଗ୍ରାହୀ,ସ୍ୱତନ୍ତ୍ର ଅତିଥି ଭାବେ ସରପଞ୍ଚ ମୁକୁନ୍ଦ ମାଧବ ସ୍ଵାଇଁ, ପୋଲସରା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ କୁମାର ପାଢ଼ୀ,ତାଳସର ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲକ୍ଷ୍ମଣ ପ୍ରଧାନ, ଯୁବ ନେତା ସତିଶ ରଞ୍ଜନ ତାରେଣି,ମଣ୍ଡଳ ସଭାପତି ରାଜେନ୍ଦ୍ର ଭୂୟାଁ, ୪୬ ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟା ପ୍ରତିନିଧି ସୁଶାନ୍ତ କିଶୋର ସ୍ବାଇଁ,ଶ୍ରୀକାନ୍ତ ଜେନା,ହିମାଂଶୁ ଭୂଷଣ ସ୍ଵାଇଁ,ଵିଦ୍ୟାମନ୍ଦିର ର ସମ୍ପାଦକ କୃଷ୍ଣ ଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ସାମ୍ପ୍ରତିକ ଶିକ୍ଷା ବ୍ୟବସ୍ଥାରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ର ଶିକ୍ଷାଦାନ ପଦ୍ଧତି ଉପରେ ଛାତ୍ରଛାତ୍ରୀ ମାନଙ୍କୁ ଉଦଵୋଧନ ଦେଇଥିଲେ। ବିଦ୍ୟା ମନ୍ଦିରର ସଭାପତି ତଥା ସମିତିସଭ୍ୟ ମାଧବ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାର ପ୍ରାରମ୍ଭରେ ଭାରତ ମାତା ଏବଂ ଅନ୍ୟାନ୍ୟ ବିଗ୍ରହ ରେ ଅତିଥି ମାନଙ୍କ ଦ୍ଵାରା ମାଲ୍ୟାର୍ପଣ ଏବଂ ପ୍ରଦୀପ ପ୍ରଜ୍ଵଳନ କରାଯିବା ପରେ ବିଦ୍ୟା ମନ୍ଦିର ର ସମ୍ପାଦକ କୃଷ୍ଣ ଚନ୍ଦ୍ର ସାହୁ ବାର୍ଷିକ ବିବରଣୀ ପଠନ କରିଥିବା ବେଳେ ଶିକ୍ଷକ ରାଜେନ୍ଦ୍ର ସାହୁ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିବା ସହ ମଞ୍ଚ ପରିଚାଳନା କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଚିତ୍ତାକର୍ଷକ ନୃତ୍ୟ ଓ ସଙ୍ଗୀତ ପରିବେଷଣ ହୋଇଥିଲା । ଅତିଥି ମାନଙ୍କ ଦ୍ବାରା କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ପ୍ରଧାନ ଆଚାର୍ଯ୍ୟା ଜି. ସାଇଶ୍ୱରି ଧନ୍ୟବାଦ ଅପର୍ଣ କରିଥିଲେ । ଶେଷରେ ବିଧାୟକ ନିଜ ହାତ ପାଣ୍ଠିରୁ ବିଦ୍ୟାମନ୍ଦିର ର ଶ୍ରେଣୀଗୃହ ନିର୍ମାଣ ନିମନ୍ତେ ୫ଲକ୍ଷ ଟଙ୍କାର ଅନୁଦାନ ରାଶି ଘୋଷଣା କରିଥିଲେ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ।)