ତାଳସର ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିର ।

0 220

କୋଦଳା,୧୦/୧୧(ପିପିଟି):ସୋମବାର ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ୍ ଅନ୍ତର୍ଗତ ତାଳସର ଗ୍ରାମ ପଞ୍ଚାୟତ ପରିସରରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ କୋଦଳା ତହସିଲଦାର ତଥା ବେଗୁନିଆପଡ଼ା ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସସ୍ମିତା ଶତପଥି, ବେଗୁନିଆପଡା ଥାନା ଇନ୍ସପେକ୍ଟର ଟୁନା ପୀଡ଼ିକା,ସରପଞ୍ଚ ମୁକୁନ୍ଦ ମାଧବ ସ୍ୱାଇଁ, ସମିତି ସଭ୍ୟ ମାଧବ ରାଉତ,ରାହାଡା ସ୍ୱାସ୍ଥ୍ୟ ଅଧିକାରୀ ମନୋଜ କୁମାର ସାହୁ,ଵିଇଓ ରୁଦ୍ର ନାରାୟଣ ସାହୁ,କନିଷ୍ଠ ଯନ୍ତ୍ରୀ ପ୍ରକାଶ ଚନ୍ଦ୍ର ଜେନା,ଜଳ ଓ ପରିମଳ ସହକାରୀ ଯନ୍ତ୍ରୀ ମମତା ପଣ୍ଡା , ଭାରପ୍ରାପ୍ତ ବ୍ଳକ୍ ସାମାଜିକ ସୁରକ୍ଷା ଅଧିକାରୀ ଦୁର୍ଗା ପ୍ରସାଦ ପଣ୍ଡା,ଯୋଗାଣ ଅଧିକାରୀ ବାଦଲ କୁମାର ବେହେରା , ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସ୍ଵାଗତିକା ରାଉତ, ଵି ପି ସି ଚନ୍ଦ୍ର ଶେଖର ବେହେରା,ଏ ପି ଓ ରଞ୍ଜନ କୁମାର ନାହାକ, ଵି ପି ସି ବୃନ୍ଦାବନ ସାହୁ, ନାଏବ ସରପଞ୍ଚ ଝିଲି ଜେନା,ପି ଇ ଓ ମଦନ ମୋହନ ବେହେରା,ଏ.ଡି.ଇ.ଓ ଗୌରାଙ୍ଗ ସ୍ୱାଇଁ,କୃଷି,ଉଦ୍ୟାନ,କ୍ଷୁଦ୍ର ଜଳସେଚନ,ବିଦ୍ୟୁତ୍ ବିଭାଗ ଅଧିକାରୀ ସମେତ ଅନ୍ୟାନ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହିବା ସହ ଅଭିଯୋଗ ଶୁଣାଣୀ କରିଥିଲେ । ଏଥିରେ ୱାର୍ଡ ସଭ୍ୟ ଓ ଅନ୍ୟ ମାନେ ଉପସ୍ଥିତ ରହିବା ସହ ସହଯୋଗ କରିଥିଲେ । ସମୁଦାୟ ୧୩ ଗୋଟି ଅଭିଯୋଗ ହୋଇଥିଲା । ସେଥିମଧ୍ୟରୁ ଲଛିପୁର ଠାରୁ ତାଳସର ଆର ଡି ରାସ୍ତାର ଉନ୍ନତି କରଣ,ରାସନ କାର୍ଡ ୪ ଗୋଟି,ମନରେଗା ଗୋଟିଏ, ବିଦ୍ୟୁତ ଗୋଟିଏ, ସମନ୍ୱିତ ଶିଶୁ ପ୍ରକଳ୍ପ ୪ ଗୋଟି,ଭତ୍ତା ୨ ଗୋଟି ଅଭିଯୋଗ ହୋଇଥିଲା । ଅପରାହ୍ନ ୩ ଘଣ୍ଟ ସମୟରେ ଶେଷ ହୋଇଥିଲା ।

( ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ)

Leave A Reply

Your email address will not be published.