ତାଲୁକ ଲିଗାଲ କମିଟି ପକ୍ଷ ରୁ “ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ” ପାଳିତ ।

0 172

କୋଦଳା,୧୦/୧୦(ପିପିଟି):କୋଦଳା ତାଲୁକ ଲିଗାଲ କମିଟି ପକ୍ଷରୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସର ରେ ଜନସାଧାରଣ ଙ୍କୁ ସଚେତନ କରିବା ଉଦ୍ଦେଶ୍ୟ ନେଇ “ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ” ପାଳିତ ହୋଇଯାଇଛି । ତାଲୁକ ଲିଗାଲ କମିଟି ଚେୟାରମେନ ତଥା ଅତିରିକ୍ତ ଜିଲ୍ଲା ଦୌରା ଜଜ ବିଶ୍ୱ ରଞ୍ଜନ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମ ରେ ଯେଏମଏଫସି ଶୋଭନ କୁମାର ପଣ୍ଡା, ଅବସରପ୍ରାପ୍ତ ଭଦ୍ରକ ସିଡ଼ିଏମଓ ଡଃ ରମେଶ ଚନ୍ଦ୍ର ମହାନ୍ତି,କୋଦଳା ମେଡିକାଲ ସୁପରିଟେଣ୍ଡେଣ୍ଟ ଆଦିତ୍ୟ ପ୍ରସାଦ ସାହୁ,ଏଡିଜେ ଏପିପି ସୁବାଷ ଚନ୍ଦ୍ର ସାହୁ, ଏଏସଯେ ଏପିପି ନୀଳାଞ୍ଚଳ ପୋଲେଇ, ଜେଏମଏଫସି ଏପିପି ସୁବ୍ରମନ୍ୟୁ ଦାଶ, ବରିଷ୍ଠ ଆଇନଜୀବୀ ପ୍ରଫୁଲ୍ଲ କୁମାର ମିଶ୍ର ପ୍ରମୁଖ ମଞ୍ଚାସୀନ ରହି ମାନସିକ ରୋଗ କଣ, ମାନସିକ ରୋଗୀର ଲକ୍ଷଣ,କେଉଁ କାରଣ ଯୋଗୁ ମାନସିକ ରୋଗର ସୃଷ୍ଟି,ମାନସିକ ରୋଗର ପ୍ରକାର ଭେଦ ଓ ଏହାର କିପରି ନିରାକରଣ କରାଯାଇ ପାରିବ ତାହାକୁ ନେଇ କିପରି ଜନ ସାଧାରଣଙ୍କୁ ସଚେତନ କରାଇବେ ତାରି ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ମାନସିକ ରୋଗ ଏମିତି ଏକ ରୋଗ ଯେଉଁଥିରେ ଜୀବନ ବି ଚାଲିଯାଇଥାଏ,ଏହି ରୋଗ ହେଉଛି ଏକ ସ୍ୱାସ୍ଥ୍ୟ ଅବସ୍ଥା ଯାହାକି ଆମ୍ଭର ଚିନ୍ତାଧାରା,ଭାବନା,କିମ୍ବା ଆଚରଣରେ ପରିବର୍ତନ ସହିତ ଜଡିତ ହୋଇଥାଏ ଯାହା ଦୈନଦିନ କାର୍ଯ୍ୟ ସହିତ ମୁକାବିଲା କରିବାରେ ବାଧା ସୃଷ୍ଟିକରେ । ଏହି ରୋଗ ଦୁଇପ୍ରକାର ସାଧାରଣ ସାମାନ୍ୟ ମାନସିକ ରୋଗ, ସ୍ୱଳ୍ପ ସମୟ ପାଇଁ ହୋଇଥାଏ ଯାହାକି ଦୈନଦିନ ଜୀବନ ସହିତ ସୀମିତ ଉପାୟରେ ଭଲ ହୋଇଥାଏ ଏବଂ ଦ୍ବିତୀୟ ଟି ଗୁରୁତର ମାନସିକ ରୋଗୀ ଯେଉଁମାନଙ୍କୁ ଡାକ୍ତରଖାନାର ଯତ୍ନ ଓ ଚିକିଛା ଆବଶ୍ୟକ ପଡିଥାଏ । ମାନସିକ ରୋଗର ପ୍ରକାର ଭେଦ ସାଧାରଣ ତଃ ମାନସିକ ଅବସାଦ,ଛାନିଆ,ମାନିଆ, ସୂଚୀବାଇ,ବ୍ୟକ୍ତିତ୍ୱର ପରିବର୍ତ୍ତନ, ଆତ୍ମହତ୍ୟା,ଫୋବିଆ ,ଦିମେନେସିଆ, ବାଇପୋଲାର,ମାନସିକ ବିକୃତି ଇତ୍ୟାଦି ଦେଖାଦେଇଥଏ । ଏହାକୁ ଦୃଷ୍ଟିରେ ରଖି ମାନସିକ ଅବସ୍ଥା ଯେପରି ଶାନ୍ତ ରହିବ ସେଥିପ୍ରତି ଦୃଷ୍ଟି ଦେବା ନିମନ୍ତେ ଜନ ସାଧାରଣଙ୍କୁ ଯେମିତି ସଚେତନ କରାଜାଇ ପାରିବ ପରାମର୍ଶ ଦେଇଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ କୋଦଳା ବାର ସମ୍ପାଦକ ଗୋପାଳ କୃଷ୍ଣ ସାହୁ,ବରିଷ୍ଠ ଆଇନଜୀବୀ ଭଗବାନ ହୋତା ସମେତ ବହୁ ଆଇନ ଯିବି ଉପସ୍ଥି ଥିବାବେଳେ ,ଏଏନଏମ, ଆଶା,ପି.ହେଚ.ଓ,ସି.ହେଚ.ଓ, ମେଡିକାଲ କର୍ମକର୍ତ୍ତା,ପ୍ରମୁଖ ଉପସ୍ଥିତ ଥିଲେ ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ।)

Leave A Reply

Your email address will not be published.