ତାଲା ବନ୍ଦ ଘରୁ ଚୋରି ଘଟଣା,୪ଗିରଫ , ୨କିଲୋ ୭୦୦ଗ୍ରାମ ଗହଣା ଓ ସାଢ଼େ ୨୬ ଲକ୍ଷ ଟଙ୍କା ଜବତ ।

0 60

ବ୍ରହ୍ମପୁର, ୦୩/୧୦(ପିପିଟି):ନିମଖଣ୍ଡି ପୁଲିସ୍‌କୁ ମିଳିଛି ଏକ ବଡ଼ ସଫଳତା । ଏକ ତାଲାବନ୍ଦ ଘରୁ ୩୦ ଭରି ଗହଣା ଚୋରି ମାମଲାର ତଦନ୍ତ କରୁ କରୁ ଆଳୁ ଖୋଳୁଖୋଳୁ ମହାଦେବ ବାହାରିବା ଭଳି ପୁଲିସ୍ ଏକ ବଡ଼ ଗହଣା ଚୋରି ରାକେଟ୍‌ର ପର୍ଦାଫାସ୍ କରିଛି । ରାକେଟ୍‌ର ୪ସଦସ୍ୟଙ୍କୁ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ ସନିଆ ଗୈାଡ, ମୁଥୁଟ ଫିଇନାନ୍ସ ମ୍ୟାନେଜର ମୋହନ ପାଢୀ, ସୁନାରୀ ସନ୍ତୋଷ ଗାଇୱାଡା ଓ ସୁରେନ୍ଦ୍ର ମହାପାତ୍ର ରହିଛନ୍ତି । ଅଭିଯୁକ୍ତଙ୍କ ନିକଟରୁ ୨କିଲୋ ୭୨୮ ଗ୍ରାମ ସୁନା ଓ ୨୬ ଲକ୍ଷ ୩୮ ହଜାର ୫୦୦ ଟଙ୍କା ଜବତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ବ୍ରହ୍ମପୁର ଏସପି ଡ଼ା ସର୍ବଣା ବିବେକ ଏମ । ସୁନା ଚୋରି ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତ ସନିଆ ଗୈାଡକୁ ବିଶାଖାପାଟଣାରୁ ଗିରଫ କରାଯାଇଥିବା ଏସପି କହିଛନ୍ତି । ଏହି ସଫଳତା ପାଇଁ ସଦର ଏସଡିପିଓ ଶିବ ଶଙ୍କର ମହାପାତ୍ର, ନିମଖଣ୍ଡି ଥାନା ଅଧିକ ଭାବାନନ୍ଦ ପ୍ରଧାନ ଓ ତାଙ୍କ ଟିମକୁ ଏସପି ପ୍ରସଂସା କରିଛନ୍ତି । ଏପରି କି ପୁଲିସ କର୍ମଚାରୀଙ୍କୁ ପୁରସ୍କାରଅର୍ଥ ମଧ୍ୟ ପ୍ରଦାନ କରିଛନ୍ତି । ସୂଚନାନୁଯାୟୀ, ଗତ ୨୧ ତାରିଖରେ ହୋଇଥିବା ଅଭିଯୋଗ ପ୍ରକାରେ ଲୋଚାପଡ଼ା ନିକଟସ୍ଥ ବିଜୟ ବିହାର ତୃତୀୟ ଲାଇନ୍‌ରେ ରହୁଥିବା କାଳୀ ଚରଣ ପଣ୍ଡା(୫୯)ଙ୍କ ଘରୁ ୩୦ ଭରି ସୁନା ଚୋରି ହୋଇଥିଲା।
ଅଭିଯୋଗକୁ ଆଧାର କରି ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତେବେ ସେଠାରେ ଲାଗିଥିବା ଏକ ସିସିଟିଭି ଫୁଟେଜ୍‌ ଅଧାରରେ ପୁଲିସ୍ ଚୋରକୁ ବିଶାଖାପାଟଣାରୁ କାବୁ କରିଥିଲା। ତେବେ ତାକୁ ଅଧିକ ପଚରାଉଚରା କରିବାରୁ ଏହା ପଛରେ ଏକ ବଡ଼ ରାକେଟ୍ କାମ କରୁଥିବା ଜାଣିବାକୁ ପାଇଥିଲା। ତା’ର ସୂଚନାକୁ ଭିତ୍ତି କରି ପୁଲିସ୍‌ ବିଭିନ୍ନ ସ୍ଥାନରୁ ୪ଜଣଙ୍କୁ ଉଠାଇ ନେଇଥିଲା। ସେମାନଙ୍କଠାରୁ ପୁଲିସ୍‌କୁ ୨କେଜି ୭ ୨୮ଶହ ଗ୍ରାମ୍ ସୁନା ଅଳଙ୍କାର ଓ ୨୬ ଲକ୍ଷ ୩୮ ହଜାର ୫୦୦ ଟଙ୍କା ମିଳିଛି । ଆଜି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହି ଘଟଣାର ତଦନ୍ତ ବର୍ତ୍ତମାନ ଜାରି ରହିଥିବା ଏସପି କହିଛନ୍ତି ।

ରିପୋର୍ଟ – ଆରତ କୁମାର ହୋତା

Leave A Reply

Your email address will not be published.