ତାର ସିଂ ପୋଲିସ ପକ୍ଷରୁ ବିଶାଳ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ।

0 316

ଭଞ୍ଜନଗର, ୨୮/୦୯(ପିପିଟି):ସେବା ପକ୍ଷ ପାଳନ ଅବସରରେ “ସୁସ୍ଥ ମହିଳା, ସଶକ୍ତ ପରିବାର ଅଭିଯାନ” କାର୍ଯ୍ୟକ୍ରମରେ ଆଜି ଗାଲେରୀ ଫାଣ୍ଡି ପରିସରରେ ତାରାସିଂ ପୋଲିସ ପକ୍ଷରୁ ଥାନା ଅଧିକାରୀ ଶୁଭଲଷ୍ମୀ ପୂଜାରୀଙ୍କ ତତ୍ତ୍ୱାବଧାନରେ ଆଦିବାସୀ ମହିଳାମାନଙ୍କ ପାଇଁ ଏକ ବିଶାଳ ସ୍ୱାସ୍ଥ୍ୟ ଶିବିରର ଆୟୋଜନ ହୋଇଥିଲା।ଏଥିରେ ଭଞ୍ଜନଗରର ଅତିରିକ୍ତ ପୋଲିସ ଅଧିକ୍ଷକ ରଞ୍ଜନ କୁମାର ଦେ ଏବଂ ଭଞ୍ଜନଗରର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଡ଼. ଦୀପକ କୁମାର ମିଶ୍ର ଉପସ୍ଥିତ ଥିଲେ।ନାରୀ ସୁସ୍ଥ ରହିଲେ ପରିବାର ମଧ୍ୟ ସଶକ୍ତ ହୋଇପାରିବ।ତେଣୁ ଏହି ଅଭିଯାନରେ ମହିଳାମାନଙ୍କ ରୋଗ ଚିହ୍ନଟ ଏବଂ ଚିକିତ୍ସା ଉପରେ ଗୁରୁତ୍ୱ ଦିଆଯାଇଛି।ଦୁର୍ଗମ ଆଦିବାସୀ ଗ୍ରାମାଞ୍ଚଳରେ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଉପଲବ୍ଧ ନଥିବାରୁ ଏଭଳି ଶିବିରର ଆୟୋଜନ କରି ସେହି ମହିଳା ମାନଙ୍କ ରୋଗର ଚିକିତ୍ସା ଏବଂ ସେମାନଙ୍କୁ ରୋଗ ସମ୍ପର୍କରେ ସଚେତନ କରି ପୋଲିସ-ଜନସାଧାରଣ ସମ୍ପର୍କକୁ ନିବିଡ଼ କରିବା ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।ଗାଲେରୀ ମେଡ଼ିକାଲର ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ ଓ ସମସ୍ତ ପୋଲିସ କର୍ମଚାରୀ ଏଥିରେ ସହଯୋଗ କରିଥିଲେ।
ଶେଷରେ ମହିଳା ଯକ୍ଷ୍ମା ରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ କିଟ୍ ବଣ୍ଟନ କରାଯାଇଥିଲା।ଏହି ଶିବିରରେ ବହୁ ଆଦିବାସୀ ମହିଳା ଉପସ୍ଥିତ ଥିଲେ।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.