ଭଞ୍ଜନଗର, ୦୫/୧୦(ପିପିଟି ):ଗତ ୨୭ତାରିଖରେ ତାର ସିଂ ଥାନା ବାଲି ସାହିର ଆରତ ପରିଛାଙ୍କ ୧୩ବର୍ଷର ନାବାଳିକା ଝିଅ ବର୍ଷାର ବିଷଧର ସାପ କାମୁଡ଼ାରେ ମୃତ୍ୟୁ ଘଟିଥିବା ଥାନାରେ ଏତଲା ଦେଇଥିଲେ।ଆରତ ଓ ତାଙ୍କ ପତ୍ନୀ ଉଭୟେ ମାନସିକ ବିକୃତ।ଘରେ ଆରତଙ୍କ ୬୫ବର୍ଷର ବୃଦ୍ଧା ମାଆଙ୍କ ସମେତ ୩ଝିଅ ଓ ୨ଜଣ ପୁଅ ଅଛନ୍ତି।ସେମାନଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ବାଉଁଶ କାମ କରି ଯାହା ରୋଜଗାର କରନ୍ତି ସେଥିରେ ପରିବାରର ପ୍ରତିପୋଷଣ ହୁଏ।ଏସବୁ ଜାଣିବା ପରେ ଅତ୍ୟନ୍ତ ଦୁଃଖ କଷ୍ଟରେ ଚଳୁଥିବା ଗୋଟିଏ ଅସହାୟ ପରିବାରକୁ ତାର ସିଂ ପୋଲିସ ପକ୍ଷରୁ ସହାୟତା ଯୋଗାଇ ଦିଆଯାଇଛି। ଥାନା ଅଧିକାରୀ ଶୁଭଲଷ୍ମୀ ପୂଜାରୀଙ୍କ ବଦାନ୍ୟତା ଯୋଗୁଁ ଆଜି ମୃତ ନାବାଳିକାର ଶୁଦ୍ଧିକ୍ରିୟା ନିମନ୍ତେ ଚାଉଳ, ଡାଲି, ପନିପରିବା ସମେତ କିଛି ରାସନ ସାମଗ୍ରୀ ପ୍ରଦାନ କରାଯାଇଛି।ଏଥିରେ ତାର ସିଂ ଆଇଆଇସି ଶୁଭଲଷ୍ମୀ ପୂଜାରୀଙ୍କ ସମେତ ଏସଆଇ ସମୀର କୁମାର ବେହେରା,ଏଏସଆଇ ରୁଦ୍ର ଚରଣ ଦେହୁରୀ ଓ ଅନ୍ୟ ପୋଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ।ପୋଲିସର ଏଭଳି ମହାନ କାର୍ଯ୍ୟକୁ ସ୍ଥାନୀୟ ଜନସାଧାରଣ ବେଶ ପ୍ରଶଂସା କରିଛନ୍ତି।
ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)