ତାରସିଂ ନିସିଦ୍ଧାଞ୍ଚଳରୁ ବିପୁଳ ପରିମାଣରେ ଗୁଟଖା ଜବତ

0 269

ଭଞ୍ଜନଗର, ୦୩/୦୯(ପିପିଟି):ଗଞ୍ଜାମ ଜିଲ୍ଲା ପୋଲିସ୍ ପକ୍ଷରୁ “ପ୍ରହାର” ଅପରେସନର ଅଂଶ ସ୍ୱରୂପ, ତାର ସିଂ ପୋଲିସ୍ ଟିମ୍ ଆଜି ଶିକ୍ଷାନୁଷ୍ଠାନର ଶହେ ମିଟର ମଧ୍ୟରେ ରହିଥିବା ପାନ/ଗୁଟକା ଦୋକାନ ଉପରେ ଚଢାଉ କରିଥିଲେ।ସେଠାରେ ଚଢାଉ ସମୟରେ ନିଷିଦ୍ଧ ଅଞ୍ଚଳ ମଧ୍ୟରେ ୪ଟି ଦୋକାନ ତମାଖୁ ଉତ୍ପାଦ ବିକ୍ରି କରୁଥିବା ଜଣାପଡ଼ିଥିଲା।ସେଠାରୁ ବିପୁଳ ପରିମାଣରେ ଗୁଟଖା ଜବତ କରାଯାଇଛି। ଧାରା ୨୯୨ ବି ଏନ ଏସ ଏବଂ କୋଟପା ଆଇନ ୨୦୦୩ ଧାରା ୨୪ ଅନୁଯାୟୀ ଚାରି ଜଣଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି।ଆଗକୁ ମଧ୍ୟ ଏଭଳି ଚଢ଼ାଉ ଜାରି ରହିବ ବୋଲି ତାର ସିଂ ଆଇଆଇସି ଶୁଭଲଷ୍ମୀ ପୂଜାରୀ କହିଛନ୍ତି।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.