ଖୋର୍ଦ୍ଧା,୨୮/୦୩(ପିପିଟି):ବର୍ତ୍ତମାନ ବିଜ୍ଞାନ ଯୁଗରେ ଲୋକମାନେ ନାମୀ ଦାମୀ ବିଭିନ୍ନ ପ୍ରକାରର ପାଣି ଫିଲଟର ଲଗାଇଛନ୍ତି ହେଲେ ଯେତେ ଅତ୍ୟାଧୁନିକ ପାଣି ଫିଲଟର ଲଗାଇଲେ ବି ମାଟିପାତ୍ର ର ମାଠିଆ, ଶୁରେଇ, ଘୁମ ର ସ୍ୱାଦ ଅଲଗା। ବିନା ଇଲେକ୍ଟ୍ରିରେ ଶୁଦ୍ଧ ଓ ଥଣ୍ଡା ରହିବା କାରଣରୁ ଏବେବି ଚାହିଦା ଲୋକଙ୍କର ମାଟିପାତ୍ରର ଶୁରେଇ, ମାଠିଆ, ଘମ ଆଦି ପସନ୍ଦ। କଂସା, ପିତଳ, ତମ୍ବା ଓ ମାଟି ପାତ୍ର ର ଜିନିଷକୁ ଏବେ ବି ପସନ୍ଦ କରୁଛନ୍ତି ଲୋକେ।ବିଭିନ୍ନ ରକମର ଦ୍ରବ୍ଯ ରେ ତିଆରି କରି ବିଭିନ୍ନ ରଙ୍ଗୀନ୍ ଝୋଟି, ଟେରାକୁଟାରେ ତିଆରି କରି ରାସ୍ତା କଡ଼ ଓ ବିଭିନ୍ନ ବଜାର ସହିତ ହାଟ ମାନଙ୍କରେ ଏହି ଘରୋଇ ଉପକରଣ କୁମ୍ଭାର ପରିବାର ବିକ୍ରି କରୁଛନ୍ତି ଯାହାକି ଏହି ଖରାଦିନ କୁ ଗ୍ରାହକ ମାନଙ୍କୁ ଆକୃଷ୍ଟ କରୁଛି। ଲୋକ ମାନେ ଏହି ପାତ୍ର ପାଣି ରଖିଲେ ପାଣିଥଣ୍ଡା ରହିବା ସହିତ ଲୋକଙ୍କ ତୃଷ୍ଣା ମେଣ୍ଟାଉଛି ଥଣ୍ଡା ପାନୀୟ ଜଳ। ଖରାରେ ଘରକୁ ଆସୁଥିବା ଅତିଥି ମଧ୍ୟ ଏହି ଥଣ୍ଡା ପାନୀୟ ଜଳ ପିଇବା ସହିତ ତୃଷ୍ଣା ମେଣ୍ଟାଉ ଛନ୍ତି। ବିଭିନ୍ନ ପଞ୍ଚାୟତ ମାନଙ୍କରେ ଜଳ ଛତ୍ର ଖୋଲାଯାଇ ବାଟରେ ବାଟୋଇ ମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ସରକାର ଯୋଗାଇ ଦେଉଥିବା ବେଳେ ବିଭିନ୍ନ ସଙ୍ଗଠନ ପକ୍ଷରୁ ଏହି ମାଟିରେ ତିଆରି ରଙ୍ଗ ବେରଙ୍ଗର ମାଟି ପାତ୍ର ବାଟୋଇ ମାନଙ୍କୁ ଆକୃଷ୍ଟ କରୁଛି। ବର୍ତ୍ତମାନ ସମୟରେ ଏହି ମାଟିରେ ତିଆରି ପାତ୍ର ଏବେ ଲୋକମାନେ ଚାହିଦା କରୁଥିବାରୁ କିଛି ଗରିବ ଶ୍ରେଣୀର ଲୋକମାନେ କୁମ୍ଭାର କାମ ବୁଡିଯାଉଥିବା ବେଳେ ମାଟିପାତ୍ର ସାଙ୍ଗକୁ ମାଟିରେ ତିଆରି ପାଣି ବୋତଲ, ପଇସା ରଖିବା ଘଡି ସହିତ ବିଭିନ୍ନ ଘରୋଇ ଉପକରଣ କରି ନିଜର ଗୁଜୁରାଣ ମେଣ୍ଟାଉଥିବା ଜଣାପଡିଛି। ସରକାରଙ୍କ ତରଫରୁ ଏହି ମାଟିପାତ୍ର ତିଆରି କରୁଥିବା ଲୋକଙ୍କୁ ଚିହ୍ନଟ କରି ସରକାରୀ ସୁବିଧା ଯୋଗାଇ ଦେଲେ ଲୋକମାନେ ଆତ୍ମନିର୍ଭରଶୀଳ ହୋଇ ପାରନ୍ତେ ଏବଂ ନିଜ ପରିବାରର ଗୁଜୁରାଣ ମେଣ୍ଟାଇବା ସହଜ ହୋଇ ପାରନ୍ତା ବୋଲି କିଛି ବୁଦ୍ଧିଜୀବୀ ମାନେ କହିଛନ୍ତି।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)