ତହସିଲ କାର୍ଯ୍ୟାଳୟ ପକ୍ଷରୁ ଜନଗଣନା – ୨୦୨୭ ପ୍ରଶିକ୍ଷଣ ଶିବିର।

0 42

ପୋଲସରା ୩୧/୦୩(ପିପିଟି) :ପୋଲସରା ତହସିଲ କାର୍ଯ୍ୟାଳୟ ତରଫରୁ ଜନଗଣନା-୨୦୨୭ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ସମାପ୍ତ ହୋଇଯାଇଛି। ସ୍ଥାନୀୟ ଲିଙ୍ଗରାଜ ବାଳିକା ହାଇସ୍କୁଲଠାରେ ୯ ଦିନ ଧରି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚାଲିଥିଲା। ତହସିଲଦାର ଦିପ୍ତୀମୟୀ ପାତ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ତହସିଲଦାର ରମେଶ ଚନ୍ଦ୍ର ମଲ୍ଲିକ, ସୁଶ୍ରୀ ସରସ୍ୱତୀ ଜାନୀ, ଉକ୍ତ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅମିୟ ପ୍ରସାଦ ସାହୁ, କଣଛାଇ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅଶୋକ କୁମାର ପାଣିଗ୍ରାହୀ, ବାଲିଛାଇ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ବାଲ୍ମିକୀ ପ୍ରଧାନ, ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟାପକ ଲିପିନାଥ ସି° ଓ ଅଧ୍ୟାପକ ବିକାଶ କୁମାର ସାହୁ ପ୍ରମୁଖ ଯୋଗଦେଇ ପ୍ରଶିକ୍ଷଣ ଦେଇଥିଲେ।
ଏଥିରେ ଗ୍ରାମାଞ୍ଚଳରେ ଗୃହ ତାଲିକା ଗୃହ ଗଣନା କରିବା ପାଇଁ ଅଞ୍ଚଳର ୩୩୪ ଜଣ ଗଣନାକାରୀ ଓ ସୁପରଭାଇଜର ମାନେ ଯୋଗଦେଇ ତାଲିମ ଗ୍ରହଣ କରିଥିଲେ। ଏହି ଅବସରରେ ସାଧାରଣ ଲୋକମାନେ ନିଜେ ନିଜର ସ୍ଵ ଗଣନା ଏପ୍ରିଲ ୧ ତାରିଖ ବୁଧବାର ଦିବସ ଠାରୁ ଆସନ୍ତା ୧୫ ତାରିଖ ବୁଧବାର ଦିବସ ପର୍ଯ୍ୟନ୍ତ କରିପାରିବେ ଏବଂ ୧୬ ତାରିଖ ଗୁରୁବାର ଠାରୁ ମଇ ୧୬ ତାରିଖ ଶନିବାର ଦିବସ ପର୍ଯ୍ୟନ୍ତ ଚାଲିବାକୁ ଥିବା କାର୍ଯ୍ୟକ୍ରମ ଦିବସ ମଧ୍ୟରେ ଉତ୍ତରଦାତାମାନଙ୍କ ଠାରୁ ୩୩ ଟି ପ୍ରଶ୍ନ ପଚାରିବା ପାଇଁ ପ୍ରଶିକ୍ଷାର୍ଥୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.