ତନରଡ଼ା ୮ମ ଆଇଆରବିଏନର ଅଶୋକ ଦଣ୍ଡସେନା ପାଇଲେ ୪ଟି ସ୍ବର୍ଣ୍ଣପଦକ ।

0 446

ଭଞ୍ଜନଗର, ୦୫/୦୭(ପିପିଟି) : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ସ୍ଥିତ ତନରଡ଼ା ଅଷ୍ଟମ ସ୍ୱତନ୍ତ୍ର ଭାରତ ସଂରକ୍ଷିତ ବାହିନୀର ଯବାନ ଅଶୋକ କୁମାର ଦଣ୍ଡସେନା ବିଶ୍ଵ ପୋଲିସ କ୍ରୀଡା ଦୌଡ଼ କୁଦ ପ୍ରତିଯୋଗିତାରେ ଭାରତ ତରଫରୁ ଭାଗ ନେଇ ଆମେରିକା ବର୍ମି°ହାମ୍ ରେ ଲଗାତାର ୪ଟି ସ୍ବର୍ଣ୍ଣପଦକ ହାସଲ କରିଛନ୍ତି।ସେ ୮୦୦ ମିଟର, ୧୫୦୦ ମିଟର, ୫ ହଜାର ମିଟର ଓ ୧୦ହଜାର ମିଟର ଦୌଡ଼କୁଦ ପ୍ରତିଯୋଗିତା ଭାରତ ପାଇଁ ସ୍ବର୍ଣ୍ଣପଦକ ଜିତି ଗୌରବ ଅର୍ଜନ ଆଣିଛନ୍ତି।ଶ୍ରୀ ଦଣ୍ଡସେନା ଆଗକୁ ଏସିଆ ଗେମ୍ ଖେଳିବେ ତା ପରେ ଅଲମ୍ପିକରେ ଭାଗ ନେବେ ବୋଲି ପ୍ରକାଶ କରିଛନ୍ତି।ଅଶୋକ ଭାରତ ପାଇଁ ୪ଟା ସ୍ବର୍ଣ୍ଣପଦକ ଜିତିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କୁ ଶୁଭେଚ୍ଛା ପ୍ରଦାନ କରିଛନ୍ତି। ତନରଡ଼ା ଅଷ୍ଟମ ବାଟାଲିୟନର ଦୁର୍ଗପତି ସୁଧାକର ମିଶ୍ର ଶ୍ରୀ ଦଣ୍ଡସେନାଙ୍କ ଏହି ବିଜୟ ସକାଶେ ପ୍ରଶଂସା କରିଛନ୍ତି ଏବଂ ଆମ ବାଟାଲିୟନ ପାଇଁ ଗୋଟେ ଗର୍ବର ବିଷୟ ବୋଲି କହିଛନ୍ତି।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.