ବ୍ରହ୍ମପୁର,୧୫/୦୮(ପିପିଟି):ବହୁ କଷ୍ଟ ଅର୍ଜିତ ଓ ସହୀଦଙ୍କ ବଳିଦାନରେ ମିଳିଥିବା ସ୍ୱାଧୀନତାକୁ ସମସ୍ତେ ଏକତ୍ରିତ ହୋଇ ଏହାର ମୂଲ୍ୟବୋଧକୁ ବଜାୟ ରଖିବା ଆମ ସମସ୍ତଙ୍କୁ ଗୁରୁଦାୟିତ୍ୱ, ଛାତ୍ର ଛାତ୍ରୀ ମାନେ ଉଚ୍ଚ ଶିକ୍ଷା ସହ ଭଲ ନାଗରିକ ହୋଇ ମା, ମାତୃଭୂମି ଓ ମାତୃଭାଷାକୁ ଭଲ ପାଇବା ନିମନ୍ତେ ଆଜି ଅଙ୍କୁଶପୁର ସ୍ଥିତ ତକ୍ଷଶିଳା ବିଦ୍ୟାଳୟରେ ସ୍ୱଧିନତା ଦିବସ ଓ ଜନ୍ମାଷ୍ଟମୀ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ସମାଜସେବୀ ତଥା ମହାନ ସଙ୍ଘ ସଭାପତି ସୁଶାନ୍ତ କୁମାର ସାବତ ଆହ୍ୱାନ ଦେଇଥିଲେ । ଶ୍ରୀ ସାବତ ପେରଡ଼ ନିରୀକ୍ଷଣ ସହ କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ବିତରଣ କରିଥିଲେ । ବିଦ୍ୟାଳୟ ପ୍ରତିଷ୍ଠାତା ତଥା ସଭପତି ବଜରଙ୍ଗୀ ଲାଲ ଚୌଧୁରୀ ଜାତୀୟ ପତ୍ତକା ଉତ୍ତୋଳନ କରିବା ସହ ମୁଖ୍ୟ ଅତିଥି ଶ୍ରୀ ସାବତଙ୍କୁ ବିଦ୍ୟାଳୟ ତରଫରୁ ଅଙ୍ଗବସ୍ତ୍ର ଓ ମୋମେଂଟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ପ୍ରିନସିପାଲ ପ୍ରଦୀପ୍ତ ପାଣିଗ୍ରାହୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପରି ଚାଳନା ନିର୍ଦ୍ଦେଶକ ରବି ଚୌଧୁରୀ ବିଶିଷ୍ଟ ଅତିଥି ଭାବେ ଯୋଗଦେଇଥିଲେ । ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ସହଯୋଗ ରେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ପେରେଡ ଓ ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।