ଡୁଡାମେଟା ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ।

0 351

ମାଲକାନଗିରି, ୧୬/୦୨(ପିପିଟି):ଆଜି କୋରୁକୋଣ୍ଡା ବ୍ଲକ ଡୁଡ଼ାମେଟା ଗ୍ରାମ ପଞ୍ଚାୟତ ଠାରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ସୋମନାଥ ପ୍ରଧାନ ଅଧ୍ୟକ୍ଷତାରେ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ସମୁଦାୟ ୬୯ ଟି ଅଭିଯୋଗ ଗୁଡ଼ିକର ଶୁଣାଣି ହୋଇଥିଲା । ତନ୍ମଧ୍ୟରୁ ୨୯ ଟି ବ୍ୟକ୍ତିଗତ ଓ ୪୦ ଟି ଗ୍ରାମ୍ୟ ସମସ୍ୟା ରହିଥିଲା। ବିଭିନ୍ନ ଯୋଜନାର ସେବା ଯୋଗାଇ ଦେବା ପାଇଁ ଶିବିରରେ କ୍ୟାମ୍ପ ସ୍ଥାପନ କରାଯାଇଥିଲା। ହିତାଧିକାରୀଙ୍କୁ ନୂତନ ଶ୍ରମ କାର୍ଡ ପ୍ରଦାନ କରାଯାଇଥିବା ବେଳେ କାର୍ଡ ଗୁଡ଼ିକର ନବୀକରଣ କରାଯାଇଥିଲା। ସାମାଜିକ ସୁରକ୍ଷା ପେନସନ ଯୋଜନା ଅଧୀନରେ ନୂତନ ପେନସନ ନିମନ୍ତେ ପଞ୍ଜୀକରଣ କରାଯାଇଥିଲା। ସେହିପରି ସ୍ବାସ୍ଥ୍ୟ ଶିବିର କରାଯାଇ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଥିଲା। ଏହି ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଏଚ୍, ବନଖଣ୍ଡ ଅଧିକାରୀ ସାଇ କିରଣ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦାଶରଥି ସରାବୁ, ଉପ ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ, ବିଡିଓ ଓ ତହସିଲଦାର ମାନେ ଉପସ୍ଥିତ ଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.