ଡିଜେ ସାଉଣ୍ଡ ପାଇଁ ସବୁଆଡ଼େ ଟେନସନ୍, ବଢୁଛି ଶଦ୍ଦ ପ୍ରଦୁଷଣ।

0 250

ବୋଲଗଡ଼,୦୩/୦୯(ପିପିଟି):ପାର୍ବଣ ସମୟରେ ଅସହ୍ୟ ହେଉଛି ଡିଜେ ସାଉଣ୍ଡ ରାତିରେ ହେଉ ଅଥବା ଦିନରେ ଶୋଭା ଯାତ୍ରା ସମୟରେ ଅତ୍ୟଧିକ ଶବ୍ଦକରି ଡିଜେବ୍ୟାଣ୍ଡ ବଜାଇବା ବେଆଇନ କିନ୍ତୁ ଏଥିପାଇଁ ନିର୍ଧାରିତ ନିୟମାବଳୀ ମଧ୍ୟ ରହିଛି। ତେବେ ପୂଜା ପାର୍ବଣ ରେ ନିର୍ଧାରିତ ନିୟମାବଳୀକୁ ଫୁ କରି ସାଧାରଣ ଲୋକମାନଙ୍କୁ ଅସହ୍ୟ ଶବ୍ଦ ପ୍ରଦୂଷଣ ଭିତରକୁ ଠେଲି ନେଉଛନ୍ତି କିଛି ଆୟୋଜକ ଓ ଉଛୃଙ୍ଖଳ ଯୁବକ ମାନେ। ଏପରିକି ଯିଏ ଯେଉଁଠି ପାଇଲା ବେଧଡକ ଭାବରେ ଡିଜେ ବଜାଉଛି ଫଳରେ ବିକଟାଳ ଶବ୍ଦ ପ୍ରଦୂଷଣ ବଢିବା ସହ ସମସ୍ତ ଙ୍କ ଉପରେ ଏହାର କୁ ପ୍ରଭାବ ପଡୁଛି। ଯାହା ଫଳରେ ଗୁରୁତର ହୃଦରୋଗି, ବୃଦ୍ଧ ବୃଦ୍ଧା,ଛୋଟ ଛୋଟ ପିଲାମାନେ ଏଥିରେ ଅତିଷ୍ଠ ହୋଇ ପଡୁଛନ୍ତି। ଏପରିକି ଏହି ଶବ୍ଦ ଏତେ ବିକଟାଳ ସୁସ୍ଥ ଲୋକ ମଧ୍ୟ ଶଦ୍ଦକୁ ସହ୍ୟ ନ କରିପାରି ମୃତ୍ୟୁ ବରଣ କରୁଛନ୍ତି। ଯାହାକି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଉଅଛି। ଏହି ଶବ୍ଦ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଏହି ଶବ୍ଦ ପ୍ରଦୂଷଣ ନିୟନ୍ତ୍ରଣ ଉପରେ ପ୍ରଶାସନ ର ଅଙ୍କୁଶ ରହୁନାହିଁ। ଯଦି ଆବଶ୍ୟକତା ଠାରୁ ଅଧିକ ଶବ୍ଦ ବ୍ୟବହାର ନକରିବା ପାଇଁ ପ୍ରଶାସନ ନିକଟରେ ସାଧାରଣ ରେ ଦାବୀ ହୋଇଛି।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.