ଡିଜିପି ଡିସ୍କ ପୁରସ୍କାର ପାଇଲେ ଏସ.ଆଇ କେଶବ ।

0 325

ଭଞ୍ଜନଗର,୦୧/୦୪(ପିପିଟି):ଭଞ୍ଜନଗର ଥାନାରେ କାର୍ଯ୍ୟରତ ସବ୍ ଇନିସ୍ପେକ୍ଟର କେଶବ ଷଢଙ୍ଗୀ ଗଞ୍ଜାମ ଜିଲ୍ଲାର ଏକ ମାତ୍ର ସବ ଇନିସ୍ପେକ୍ଟର ଭାବେ ଡିଜିପି ଡିସ୍କ ପୁରସ୍କାର ପାଇଥିବା ଜଣାପଡିଛି। ଆଜି ପୋଲିସ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଭୁବନେଶ୍ୱର ସ୍ଥିତ ପୋଲିସ ସେବା ଭବନ ଠାରେ ଡ଼ିଜିପି ସୁନୀଲ କୁମାର ବଂଶଲଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ। ଡିଜିପି ଡିସ୍କ୍ ପୁରସ୍କାର ପାଇବାକୁ ମନୋନୀତ ହୋଇଥିବା ଜଣାପଡିଛି। ପୁଲିସ୍ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡିଜିପିଙ୍କ ଠାରୁ ପୁରସ୍କାର ପାଇବା ପାଇଁ ସେ ମନୋନୀତ ହୋଇଥିଲେ। କେଶବ ୨୦୧୭ ମସିହାରେ ଚାକିରୀରେ ଯୋଗ ଦେଇ ଏକ ବର୍ଷ ଟ୍ରେନିଂ ପରେ ବଲାଙ୍ଗୀର ଠାରେ ଦେଢ଼ ବର୍ଷ ତାପରେ ପୋଲସରା ଠାରେ ଅଢ଼େଇ ବର୍ଷ ଏବଂ ବର୍ତ୍ତମାନ ଭଞ୍ଜନଗର ଠାରେ ଦେଢ଼ ବର୍ଷ ହେଲା କାର୍ଯ୍ୟ କରି ଆସୁଛନ୍ତି। ଡିଜିପି ଡିସ୍କ୍ ପୁରସ୍କାର ପାଇ କେଶବ ଭଞ୍ଜନଗର ଥାନା ପାଇଁ ଗୌରବ ଆଣିଥିବାରୁ ତାଙ୍କୁ ଭଞ୍ଜନଗର ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ଥାନା ଅଧିକାରୀ ଧୀରେଶ କୁମାର ଦାସଙ୍କ ସମେତ ଭଞ୍ଜନଗର ଥାନାର ସମସ୍ତ କର୍ମଚାରୀ ଓ ଶୁଭେଛୁ ମାନେ ଅଭିନନ୍ଦନ ଜଣାଇଛନ୍ତି।
(ରିପୋର୍ଟ- ଜେକେ ପଟ୍ଟନାୟକ। )

Leave A Reply

Your email address will not be published.