ମାଲକାନଗିରି, ୧୧/୦୨(ପିପିଟି):ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଡାହାଣୀ ସନ୍ଦେହରେ ନିର୍ଯ୍ୟାତନା ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ସୋମନାଥ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଗୌରୀ ନାୟକ,ମୁଖ୍ୟ ଜିଲ୍ଲା ଚିକିତ୍ସା କାର୍ଯ୍ୟାଳୟରୁ ଆସିଷ୍ଟାଣ୍ଟ ମ୍ୟାନେଜେର ସୂର୍ଯ୍ୟ ମହାପାତ୍ର, ପିଓ ଆଇସିଡଏସ ସେଲ୍ ଇନ୍ଦିରା ପ୍ରଧାନ, ପିଓ ଟି.ଜୟାଲକ୍ଷ୍ମୀ , ଜିଲ୍ଲା ସଂଯୋଜକ ମହିଳା ସଶକ୍ତିକରଣ ମନି ମୋହନ ସରକାର ଏବଂ ଜିଲ୍ଲା ସଂଯୋଜକ କିଶୋରୀ ସଶକ୍ତିକରଣ, ୟୁନିସେଫ୍ କର୍ମଚାରୀ ମିନାକ୍ଷୀ ପ୍ରଧାନ ଉପସ୍ଥିତ ଥିଲେ। ଅତିଥି ମାନେ ଜିଲ୍ଲାରେ ଯେପରି କୌଣସି ମହିଳା ଡାହାଣୀ ସନ୍ଦେହ ରେ ନିର୍ଯ୍ୟାତନା ନ ହୁଅନ୍ତୁ ଏବଂ ଜିଲ୍ଲା ରେ ଗାଁ ଗାଁ ରେ ମହିଳା ମାନଙ୍କୁ ସଚେତନ କରିବାକୁ କହିଥିଲେ। ଏହି କାର୍ଯ୍ୟକ୍ରମରେ ଅଙ୍ଗନବାଡି କର୍ମଚାରୀ, ଆଶା ଦିଦି,ଜେଣ୍ଡର ସିଆରପି , ଥାନା ଆରକ୍ଷୀ ଅଧିକାରୀ, କଲେଜ୍ ଛାତ୍ର ଛାତ୍ରୀ, ଦିଶାରୀ, ଗୁରୁମାଈ ,ଶକ୍ତି ସଦନ କର୍ମଚାରୀ, ୱାନ୍ ଷ୍ଟପ୍ ସେଣ୍ଟର୍ ର କର୍ମଚାରୀ , ଜିଲ୍ଲା ମହିଳା ସଶକ୍ତିକରଣ କେନ୍ଦ୍ର କର୍ମଚାରୀ ଉପସ୍ଥିତ ଥିଲେ । ଉକ୍ତ ପ୍ରଶିକ୍ଷଣ ଶିବିରରେ ପ୍ରଶିକ୍ଷକ ଭାବେ ଆସିଷ୍ଟାଣ୍ଟ ଲିଗାଲ ଆଇଡି ଡ଼ିଫେନ୍ସ କାଉନସେଲର ସାଗର ପାଣିଗ୍ରାହୀ , ଡିଏସପି ଏଚ୍ ଆରପିସି, ଓନମ ଲାକ୍ରା ଉପସ୍ଥିତ ରହି ସମାଜରେ ମହିଳା ମାନେ ଡାହାଣୀ ସନ୍ଦେହ ରେ ନିର୍ଯ୍ୟାତନା ନ ହୁଅନ୍ତୁ । ଯଦି ନିର୍ଯାତିତ ହେଲେ ସେଥିପାଇଁ ଆଇନଗତ ପ୍ରାବିଧାନ ଦଣ୍ଡ କଣ ଅଛି ସେ ବିଷୟରେ ପ୍ରଶିକ୍ଷଣ ଦେଇଥିଲେ । ଜିଲ୍ଲା ସମାଜ ମଙ୍ଗଳ ବିଭାଗର କର୍ମଚାରୀ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)