ଡାକ୍ତରୀ ଛାତ୍ର ମଙ୍ଗଳା ମୁଦୁଲିଙ୍କୁ ଜିଲ୍ଲାପାଳଙ୍କ ସମ୍ବର୍ଦ୍ଧନା ।

0 239

ମାଲକାନଗିରି, ୦୬/୦୯(ପିପିଟି) :ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅର୍ନ୍ତଗତ ମୁଦୁଲିପଡା ବଣ୍ଡା ଘାଟିର ବଣ୍ଡା ଆଦିମ ଜନଜାତି ଡାକ୍ତର ଛାତ୍ର ମଙ୍ଗଳା ମୁଦୁଲିଙ୍କୁ ଜିଲ୍ଲାପାଳ ସମ୍ବର୍ଦ୍ଧନା କରି ସଫଳତା କାମନା କରିଛନ୍ତି । ନିଟି ପରୀକ୍ଷାରେ ସଫଳତା ପାଇବା ସହ ବ୍ରହ୍ମପୁର ମେଡ଼ିକାଲ କଲେଜରେ ଡାକ୍ତରୀ ପାଠ ପଢିବାର ସୁଯୋଗ ପାଇଛନ୍ତି । ବଣ୍ଡା ଘାଟିର ମେଡିକାଲ ଛାତ୍ର ମଙ୍ଗଳା ମୁଦୁଲିଙ୍କୁ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି । ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲ ଆଜି ବଣ୍ଡା ଯୁବକ ମଙ୍ଗଳା ମୁଦୁଲି ଓ ତାଙ୍କୁ ପାଠ ପାଢାଇବା ସହିତ ମେଡିକାଲ କୋଚିଂ ନେବାରେ ସହାୟତା ଯୋଗାଇଥିବା ଶିକ୍ଷକ ଉତ୍କଳ କେଶରୀ ଦାଶଙ୍କୁ ନିଜ କାର୍ଯ୍ୟାଳୟକୁ ଡାକି ଜିଲ୍ଲାପାଳ ଫୁଲ ତୋଡା ଦେଇ ସମ୍ବର୍ଦ୍ଧତ କରିଥିଲେ। ମଙ୍ଗଳା ମୁଦୁଲି ଜଣେ ବଣ୍ଡା ଜନଜାତି ଯୁବକ କଷ୍ଟ କରି ନିକଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ବଣ୍ଡା ସଂପ୍ରଦାୟ ମହଲରେ ଖୁସି ମାହୋଲ ଦେଖିବାକୁ ମିଳିଛି। ମଙ୍ଗଳାଙ୍କ ଉଜ୍ଜ୍ଵଳ ଭବିଷ୍ୟତ କାମନା ସହ ପାଠ ପଢି ନିଜ ଜିଲ୍ଲାର ଟେକ ରଖିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।ଏହି ସମୟରେ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଜୟଶ୍ରୀ ଓ ଜିଲ୍ଲା ମଙ୍ଗଳ ଅଧିକାରୀ ଏସ ଆଚାରୀ ମଧ୍ୟ ଉପସ୍ଥିତ ରହିଥିଲେ ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.