ଭଞ୍ଜନଗର,୦୨/୦୪(ପିପିଟି):ଭଞ୍ଜନଗର ଥାନା ଅନ୍ତର୍ଗତ ପାର୍କ ନିକଟ ମତ୍ସ୍ୟ ଉତ୍ପାଦନ କେନ୍ଦ୍ର ରାସ୍ତାରେ ମଙ୍ଗଳବାର ପୋଲିସ ପେଟ୍ରୋଲିଙ୍ଗ କରୁଥିବା ବେଳେ ଚାରି ଜଣ ଯୁବକଙ୍କୁ ସନ୍ଦେହରେ ଅଟକ ରଖି ପଚରା ଉଚରା କରିବା ବେଳେ ସେମାନେ ଉକ୍ତ ସ୍ଥାନରେ ଡକାୟତି ଯୋଜନା କରୁଥିବା ପୋଲିସ ଜାଣିବାକୁ ପାଇଥିଲା।ତଲାସୀ ନେବାରେ ସେମାନଙ୍କ ନିକଟରୁ ଗୋଟିଏ ପିସ୍ତଲ ସହ ଏକ ୭.୬୨ଏମ୍ ଏମ୍ ଜୀଵନ୍ତ ଗୁଳି ଜବତ କରିଛି ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ଭଞ୍ଜନଗର ଥାନା ବାଞ୍ଚେଶ୍ୱର ନଗର ଶଙ୍ଖସାହିର ବବୁଲୁ ନାଇକ, ଆକାଶ ନାଇକ, ଲଣ୍ଡେଇସାହିର ପି. ରୁଦ୍ରମଣୀ ରେଡ୍ଡୀ, ଅନ୍ୟଜଣେ ତାରାସିଙ୍ଗି ଥାନା ଢୋଲପିଟା ଗ୍ରାମର ବାପି ନାଇକ।ଅଭିଯୁକ୍ତଙ୍କ ନାମରେ ଦଫା ୨୯୬,୧୦୯, ୧୩୨,୩୫୧(୨)/୩(୫),ବେଆଇନ ପିସ୍ତଲ ରଖିବା ବିଏନଏସ ୨୫(୧-ଏ)ଧାରା କେସ ନଂ ୩୪୨/୨୫ରେ ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଜୀବନାନନ୍ଦ ଜେନା ପ୍ରକାଶ କରିଛନ୍ତି।
ରିପୋର୍ଟ- (ଜେ.କେ ପଟ୍ଟନାୟକ)