ନୀଳଗିରି,୩୦/୧୦: ରାଜ୍ୟ ଦେବୋତ୍ତର ବିଭାଗ ଅଧୀନରେ ପରିଚାଳିତ ନୀଳଗିରି ଠାକୁରମାହାଲ କାର୍ଯ୍ୟାଳୟର ନିର୍ବାହୀ ଅଧିକାରୀ ଉମେଶ ଚନ୍ଦ୍ର ପଣ୍ଡା(୭୦)ଙ୍କ ପରଲୋକ ଘଟିଛି । ହଠାତ ତାଙ୍କ ଦେହ ଅସୁସ୍ଥ ହେବାରୁ ପରିବାର ଲୋକେ ବାଲେଶ୍ୱର ଜ୍ୟୋତି ହସ୍ପିଟାଲରେ ଭର୍ତ୍ତି କରାଇଥିଲେ ହେଁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ଏନେଇ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି । ଏହି ଦୁଃଖଦ ଖବର ପାଇ ଆଜି ସକାଳେ ଗୋପୀନାଥପୁରସ୍ଥିତ ବାସଭବନରେ ଅବସରପ୍ରାପ୍ତ କର୍ମଚାରୀ ସଂଘ ସମ୍ପାଦକ ମାୟାଧର ମହାନ୍ତି,ଏନ୍ଏସି ଅଧ୍ୟକ୍ଷ ମହେନ୍ଦ୍ର ନାଥ ବେହେରା,ବରିଷ୍ଠ ସଭ୍ୟ ନେତ୍ରାନନ୍ଦ ବିଶ୍ୱାଳ,ଭାସ୍କର ଚନ୍ଦ୍ର ସାହୁ, ମନୋରଞ୍ଜନ ବେହେରା, ବୀରକିଶୋର ଦାସବାବୁ,କଟି ସିଂ,ଦୈତ୍ୟାରୀ ବାରିକ, ପୂର୍ଣ୍ଣଚନ୍ଦ୍ର ବେହେରା,ରବୀନ୍ଦ୍ର ମଲିକ, ନାରାୟଣ ଚନ୍ଦ୍ର ଜେନା,ଦାମୋଦର ବିଶ୍ୱାଳ,ସୁରେଶ ଚନ୍ଦ୍ର ବେହେରା, ଜଗନ୍ନାଥ ମନ୍ଦିର ପୂଜକ ହରିବନ୍ଧୁ କର,ବ୍ରହ୍ମା ସରୋଜ ନନ୍ଦ, ଠାକୁରମାହାଲ କର୍ମଚାରୀ ରମେଶ ଚନ୍ଦ୍ର ଦାସ, ନିରଞ୍ଜନ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଗଭୀର ଶୋକ ପ୍ରକାଶ କରିଛନ୍ତି । ମରଶରୀରକୁ ଗ୍ରାମ ପରିକ୍ରମା କରାଯିବା ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ବଡ଼ପୁଅ ଅରୁଣ ପଣ୍ଡା ମୁଖାଗ୍ନି ଦେଇଥିଲେ ।