ବୋଲଗଡ଼,୧୨/୦୪(ପିପିଟି): ଧଳାପଥର ଗ୍ରାମପଞ୍ଚାୟତ ଅଧୀନ ଠଣ।ପଲ୍ଲୀ ଗ୍ରାମର ଗ୍ରାମବାସୀ ମାନଙ୍କ ଦ୍ଵାରା ଆୟୋଜିତ ଦଣ୍ଡ ମେଳଣ ମହୋତ୍ସବ ଉଦଘାଟିତ ହୋଇଯାଇଛି। କଳା ପଥର, ଖଜୁରୀପଦା, କୃଷ୍ଣ ପଲ୍ଲୀ, ଲେମ୍ବେରି, ମଧୁଆପଲ୍ଲୀ, ଆରିକମା, କାଦୁଅ ପଡା,ଲୁହାଗୋଡ଼ି, ଗେଡିଆ ପଲ୍ଲୀ, ଠଣାପଲ୍ଲୀ ଗ୍ରାମର ଦଣ୍ଡ ଠାକୁର ମାନେ ସୁସଜ୍ଜିତ ପଟୁଆର ରେ କାଳିକା ଠାକୁରାଣୀ ଙ୍କ ମଣ୍ଡପ ନିକଟରେ ପହଁଚିବା ପରେ ଶାନ୍ତି ହୋମ ଅନୁଷ୍ଠିତ ହୋଇଥିଲା। ମଦନ ମୋହନ, ରାଧା ମାଧବ,ରଘୁନାଥ, ବାଲୁଙ୍କେଶ୍ୱର ଦେବ ଠାକୁର ମାନେ ପୂଜା ସ୍ଥାନ ରେ ବିମାନରେ ବିଜେ ହୋଇଥିଲେ। ଦଣ୍ଡ ନାଚ ପରେ ଯୁବ ଗୋଷ୍ଠି ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ବହୁ ଶ୍ରଦ୍ଧାଳୁ ଭକ୍ତ ମାନେ ଯୋଗ ଦେଇଥିବାର ଦେଖିବାକୁ ମିଳିଥିଲା।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ)