ଭଞ୍ଜନଗର, ୨୦/୧୧(ପିପିଟି): ଜଗନ୍ନାଥ ପ୍ରସାଦ ବ୍ଲକ ତାରସିଂ ଥାନା କୋକଳବା ଠାରେ ଆଜି ସକାଳ ପ୍ରାୟ ସାଢ଼େ ୫ଟା ସମୟରେ ଏହି ଗ୍ରାମର ଜଣେ ଚାଷୀ ସୁବଳ ମୂଳି (୪୮) ଶୌଚ ହେବାକୁ ଯାଉଥିବା ବେଳେ ଏକ ବୁଲାଣି ରାସ୍ତାରେ ଗୋଟିଏ ଟ୍ୟାଙ୍କର ଧକ୍କାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି।ଟ୍ୟାଙ୍କରଟି ଝାରସୁଗୁଡା ରୁ ଗୋପାଳପୁର ଯାଉଥିବା ବେଳେ ଡ୍ରାଇଭରର ଆଖି ଲାଗି ଯିବାରୁ ଗାଡିଟି ଭାରସାମ୍ୟ ହରାଇ ସୁବଳ ଉପରେ ମାଡିଯାଇ ଏକ ବିଲ ଭିତରକୁ ପଶି ଯାଇଥିବା ଅନୁମାନ କରାଯାଉଛି। ଘଟଣା ସ୍ଥଳରେ ହିଁ ସୁବଳର ମୃତ୍ୟୁ ଘଟିଛି।ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ଖବରପାଇ ତାରସିଂ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଭଞ୍ଜନଗର ମେଡ଼ିକାଲରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।ଏସଂକ୍ରାନ୍ତରେ ତାରସିଂ ଥାନା କେସ ନଂ ୪୦୦/୨୩ରେ ଏକ ମାମଲା ରୁଜୁ କରି ପୁଲିସ ଉକ୍ତ ଟ୍ୟାଙ୍କର ଟିକୁ ଜବତ କରିଥିବା ବେଳେ ଡ୍ରାଇଭର ଫେରାର ହୋଇ ଯାଇଥିବା ଥାନା ଅଧିକାରୀ ଅଶ୍ୱିନୀ କୁମାର ଭିତ୍ରିଆ ପ୍ରକାଶ କରିଛନ୍ତି।
ରିପୋର୍ଟ୍ -(ଜେ. କେ ପଟ୍ଟନାୟକ)