ଟ୍ୟାଙ୍କରରୁ ଡିଜେଲ୍ ଚୋରି କରି ଡ୍ରାଇଭର ଗିରଫ ।

0 0

ଭଞ୍ଜନଗର, ୦୮/୧୨(ପିପିଟି):ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ନୂଆ ଗ୍ରାମର ଜୟନାରାୟଣ ପଣ୍ଡା (୨୩),ସ୍ଥାନୀୟ ଅଞ୍ଚଳରେ ଏଡି କଂଷ୍ଟ୍ରକ୍ସନରେ ସାଇଟ୍ ମ୍ୟାନେଜର ଭାବରେ କାର୍ଯ୍ୟ କରନ୍ତି। ଗତ ରବିବାର ରାତି ପ୍ରାୟ ସାଢ଼େ ୧୦ଟା ସମୟରେ ସେ ତାର ସିଙ୍ଗି ଥାନାରେ କରିଥିବା ଅଭିଯୋଗ ଅନୁସାରେ ୩ତାରିଖ ଦିନ ପ୍ରାୟ ୧୦ଟା ବେଳେ ସେ ସାଇଟ ଗସ୍ତ ସମୟରେ ଡିଜେଲ ଟ୍ୟାଙ୍କରର ଡ୍ରାଇଭର ବିଶ୍ୱଜିତ ମଲ୍ଲିକ ଟ୍ୟାଙ୍କରରୁ ଡିଜେଲ ଚୋରି କରିଥିବା ଜାଣିବାକୁ ପାଇଥିଲେ। ଏହି ଚୋରି ଘଟଣାରେ ଜଣେ ଭାରପ୍ରାପ୍ତ ମେକାନିକାଲ୍ ଇନଚାର୍ଜ ଭାଗର୍ବ ରାଜୁ ମୁଖ୍ୟ ସୂତ୍ରଧର ଥିଲେ। ତେଣୁ ସେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ରିପୋର୍ଟ ଦେଇଥିଲେ।ଏହି ଘଟଣାରେ ତାର ସିଙ୍ଗି ଥାନା କେସ୍ ନଂ ୪୮୬/୨୫ରେ ଏକ ମାମଲା ରୁଜୁ କରାଯାଇଛି।ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି କେନ୍ଦ୍ରାପଡା ଜିଲ୍ଲାର ବିଶ୍ୱଜିତ ମଲ୍ଲିକ(୨୫)କୁ ଗିରଫ କରିଛି ଏବଂ ଠାରୁ ୨୦୦ ଲିଟର ଡିଜେଲ ଜବତ କରିବା ସହ ଆଜି ଅଭିଯୁକ୍ତକୁ ଜଗନ୍ନାଥ ପ୍ରସାଦଙ୍କ କୋର୍ଟ ଚାଲାଣ କରାଯାଇଛି ବୋଲି ଆଇଆଇସି ଶୁଭଲଷ୍ମୀ ପୂଜାରୀ ସୂଚନା ଦେଇଛନ୍ତି।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.