ବାସୁଦେବପୁର,୦୬/୦୬: ଆଜି ଅପରାହ୍ନ ସମୟରେ ବାସୁଦେବପୁର -ଜାମୁଝାଡି ରାସ୍ତାର ମଖଲପୁର ଠାରେ ସଡକ ଦୁର୍ଘଟଣାରେ ଜଣଙ୍କର ମୄତ୍ୟୁ ଘଟିଛି । ସୂଚନାଯୋଗ୍ୟ,ଧାମରାରୁ କୋଇଲା ବୋଝେଇ ଟ୍ରକ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ବାଲି ବୋଝେଇ ଡମ୍ଫର ଭାରସାମ୍ୟ ହରାଇ ମୁହାଁମୁହିଁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଡ୍ରାଇଭର ଗୌରାଙ୍ଗ ସୁତାରଙ୍କ ଘଟଣାସ୍ଥଳରେ ମୄତ୍ୟୁ ଘଟିଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।