ବୋଲଗଡ଼,୨୨/୧(ପିପିଟି): ବୋଲଗଡ଼ ବ୍ଲକ୍ ଏକ ଚାଷୀ ବହୁଳ ଅଞ୍ଚଳ ଅଟେ। ଚଳିତ ଖରିଫ ୨୦୨୫/୨୬ବର୍ଷରେ ବହୁ ଚାଷୀ ନିଜ ନିଜର ଧାନ ସରକାରୀ ଦରରେ ବିକ୍ରୟ କରିବା ପାଇଁ ଚାଷୀମାନେ ୨୨ଟି ସେବାସମବାୟ ସମିତିରେ ନାମ ପଞ୍ଜୀକରଣ କରିଥିଲେ। ବର୍ତ୍ତମାନ ସୁଦ୍ଧା ୨୫ ଶତକଡ଼ା ଚାଷୀ ମାନଙ୍କ ନିକଟକୁ ଧାନ ମଣ୍ଡି ବିକ୍ରୟ ଟୋକନ ବାର୍ତ୍ତା ଆସିଅଛି। ତେଣୁ ୭୫ଶତକଡ଼ା ଚାଷୀମାନେ ଧାନ ମଣ୍ଡି ଟୋକନ ପାଇପାରି ନଥିବାରୁ ସେମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଅଛନ୍ତି। ବୋଲଗଡ଼ ଚାଷୀ ସଂଗଠନ ତରଫରୁ ଓ ଚାଷୀ ମୂଲିଆ ନେତା ତଥା ସମବାୟ ବିତ୍ ପ୍ରକାଶ ଚନ୍ଦ୍ର ରାଉତରାୟଙ୍କ ନେତୃତ୍ୱରେ ବହୁଚାଷୀ ଧାନ ମଣ୍ଡି ଟୋକନ ପାଇବା ପାଇଁ ଏକ ଲିଖିତ ଅଭିଯୋଗ ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ଋତୁରାଜ, ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କୃଷିମନ୍ତ୍ରୀ,ଯୋଗାଣମନ୍ତ୍ରୀ,କୃଷୀ ଓ ଖୋର୍ଦ୍ଧା ଜିଲ୍ଲା ପୁଲିସ ଆରକ୍ଷୀ ପ୍ରମୁଖ ଙ୍କୁ ପ୍ରଦାନ କରାଯାଇଅଛି। ଯଦି ଖୋର୍ଦ୍ଧା ଜିଲ୍ଲାପାଳ ଓ ରାଜ୍ୟ ଯୋଗାଣ ମନ୍ତ୍ରୀ ଚାଷୀ ମାନଙ୍କର ନାର୍ଯ୍ୟ ଦାବୀ ପୂରଣ ନକରନ୍ତି ତେବେ ଆଗାମୀ ୨୭ତାରିଖ ଦିନ ବୋଲଗଡ଼ ବ୍ଲକ ଅଞ୍ଚଳ ର ବହୁ ଖଟିଖିଆ ଗରିବ ଦିନମଜୁରିଆ ଚାଷୀମାନେ ଖୋର୍ଦ୍ଧା ଜିଲ୍ଲାପାଳ କାର୍ଯ୍ୟାଳୟକୁ ଘେରାଉ କରିବେ ବୋଲି ଚେତାବନୀ ଦେଇଅଛନ୍ତି।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।