ଟୋକନ୍ ଆସି ନଥିବାରୁ ଚିନ୍ତାରେ ଚାଷୀ।

0 238

ବୋଲଗଡ଼,୧୫/୦୧(ପିପିଟି):ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ସାଗରଗୁଆଁ ସେବା ସମବାୟ ସମିତି ଲିଃ ରେ ୧୩/୧ ଆରମ୍ଭ ହୋଇଥିଲା ଧାନ କିଣା ବ୍ୟବସ୍ଥା।ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପ୍ରକାରେ ଚଳିତବର୍ଷ ଇନପୁଟ ସହାୟତା ରାଶି ପ୍ରଦାନ ପୂର୍ବକ କ୍ବିଣ୍ଟାଲ ପ୍ରତି ୩୧୦୦ ଟଙ୍କାରେ ଧାନ କ୍ରୟ କରାଯାଇଥିଲା କିନ୍ତୁ ସରକାରଙ୍କ ପକ୍ଷରୁ କୌଣସି କଟନୀ ଛଟନୀ ନଥିଲା ବେଳେ କୁଇଣ୍ଟାଲ ପିଛା ୫କିଗ୍ରା କଟନୀ କରାଯାଇଛି। ସମବାୟ ସମିତି ରେ ୭୫୧ ଜଣ ଚାଷୀ ପଞ୍ଜିକୃତ କରିଥିବା ବେଳେ ୧୬୩ ଜଣ ଚାଷୀ ଙ୍କର ଟୋକନ ଆସିଛି। ୯ଜଣ ଚାଷୀଙ୍କ ଠାରୁ ୧୬୦ କୁଇଣ୍ଟାଲ ଧାନ କ୍ରୟ କରାଯାଇଥିଲା। କିନ୍ତୁ ଅବଶିଷ୍ଟ ୫୮୮ ଜଣ ଚାଷୀଙ୍କୁ ଟୋକୋନ ମିଳି ନଥିବା ହେତୁ ଚାଷୀ ଖଳାରେ, ବାରଣ୍ଡାରେ, ଖୋଲା ଆକାଶ ତଳେଘୋଡ଼ାଇରଖି କ୍ଷତି ସହୁଛି, ଏପରିକି ବାହାରେ ଧାନ ପଡ଼ିରହିଥିବାରୁ ଆଦ୍ରତାରେ ନଷ୍ଟ ହେବାର ଆଶଙ୍କା ରହିଛି। ଚଳିତ ବର୍ଷ ଧାନ ଅମଳ ଭଲ ହୋଇ ଥିବାରୁ କଟନୀ ଛଟନୀ କଣପାଇଁ ବୋଲି ଚିନ୍ତା ପଡିଯାଇଛନ୍ତି ଚାଷୀ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.