ଟିପିଏସଓଡ଼ିଏଲ ପକ୍ଷରୁ ପରିବେଶ ସୁରକ୍ଷା ସଚେତନତା ।

0 61

ଭଞ୍ଜନଗର, ୨୦/୧୦(ପିପିଟି): ଟିପିଏସଓଡ଼ିଏଲ ଭଞ୍ଜନଗର ସର୍କଲ ତରଫରୁ ଆଜି ପରିବେଶ ସୁରକ୍ଷାକୁ ନେଇ ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ ହାତରେ ପ୍ଲା କାର୍ଡ଼ ଓ ସ୍ଲୋଗାନ ଦେଇ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ।ଏହା ଭେଜିପୁଟ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟରୁ ବାହାରି ଷ୍ଟେଟ ବ୍ୟାଙ୍କ ଛକ, ଖାଲା ସାହି, ମେନ ରୋଡ଼, ବସ ଷ୍ଟାଣ୍ଡ, ପେଟ୍ରୋଲ ଟାଙ୍କି ଛକରୁ ଫେରିଥିଲା।ଦିନକୁ ଦିନ ଯେପରି ଜଙ୍ଗଲ ହ୍ରାସ ପାଉଛି ଆଗାମୀ ଭବିଷ୍ୟତ ପାଇଁ ତାହା ବିପଦ ସୃଷ୍ଟି କରିବ।ତେଣୁ ଆମେ ସମସ୍ତେ ବୃକ୍ଷ ରୋପଣ ଉପରେ ଗୁରୁତ୍ୱ ଦେଇ ଏକ ସୁସ୍ଥ ଓ ସୁନ୍ଦର ପରିବେଶ ସୃଷ୍ଟି କରିବା ପାଇଁ ଜନସାଧାରଣଙ୍କୁ ସଚେତନ କରାଯାଇଛି।ଏଥିରେ ନିର୍ବାହୀ ଯନ୍ତ୍ରୀ ଜଗତଜିତ ଦାସ ମହାପାତ୍ର,ସହକାରୀ ନିର୍ବାହୀ ଯନ୍ତ୍ରୀ ନିତେଶ କୁମାର ପଣ୍ଡା,ଏସଡ଼ିଓ ମନୋଜ କୁମାର ସାହୁ,ଶଙ୍କର ପ୍ରସାଦ ସିଂ,କନିଷ୍ଠ ଯନ୍ତ୍ରୀ ଏ. ରବୀନ୍ଦ୍ର ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ରିପୋର୍ଟ୍ -(ଜୟକୃଷ୍ଣ ପଟ୍ଟନାୟକ)

Leave A Reply

Your email address will not be published.