ଟାଟା ପାୱାର ପ୍ରତି ବଢୁଛି ଅସନ୍ତୋଷ; କାର୍ଯ୍ୟାଳୟ ଘେରାଉ କଲା କଂଗ୍ରେସ ।

0 54

ଭଞ୍ଜନଗର, ୨୯/୧୨(ପିପିଟି):କଂଗ୍ରେସ ଦଳ ପକ୍ଷରୁ ବିଭିନ୍ନ ଦାବି ନେଇ ସୋମବାର ଭଞ୍ଜନଗର ଟାଟା ପାୱାର କାର୍ଯ୍ୟାଳୟ ଘେରାଉ କରାଯାଇଛି।ସେହି ଦାବି ଗୁଡ଼ିକ ହେଲା ଅତିରିକ୍ତ ସୁରକ୍ଷା ଜମା ନୋଟିସ (ଏଏସଡି), ସ୍ମାର୍ଟ ମିଟର ତୁରନ୍ତ ପ୍ରତ୍ୟାହାର କରାଯାଉ । ଏଥିସହ ଉପଭୋକ୍ତାଙ୍କୁ ୩୦୦ ୟୁନିଟ୍‌ ମାଗଣା ବିଜୁଳି, ଚାଷୀଙ୍କୁ ମାଗଣା ବିଜୁଳି ପ୍ରଦାନ, ଓଡ଼ିଶା ବିଦ୍ୟୁତ୍‌ ଉତ୍ପାଦନ କ୍ଷେତ୍ରରେ ଏକ ବଳକା ରାଜ୍ୟ ହୋଇଥିବା ବେଳେ ଏଠି ବିଜୁଳି କାହିଁକି ମହଙ୍ଗା ବୋଲି ଓଲଟା ପ୍ରଶ୍ନ କରାଯାଇଛି। ୭୧୪୫ କୋଟି ଟଙ୍କା ବଳକା ବିଦ୍ୟୁତ୍‌ ବିଲ ଆଦାୟ ହୋଇଥିବା ବେଳେ ତାହାକୁ ତୁରନ୍ତ ଉପଭୋକ୍ତାଙ୍କୁ ଫେରାଇବା ପାଇଁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ନଚେତ୍‌ ଆଗାମୀ ଦିନରେ କଂଗ୍ରେସ ଅନ୍ଦୋଳନକୁ ଜୋରଦାର କରିବ ବୋଲି ଦଳ ପକ୍ଷରୁ ସୂଚାଇ ଦିଆଯାଇଛି। ଆନ୍ଦୋଳନର ନେତୃତ୍ୱ ଭଞ୍ଜନଗର କଂଗ୍ରେସ ନେତା କୁଲୁ ଭୂୟାଁ, ସୋରଡା କଂଗ୍ରେସ ବିଧାୟକ ପ୍ରାର୍ଥୀ ହରେକୃଷ୍ଟ ରଥ, ବାବୁଲି ଗୌଡ ପ୍ରମୁଖ ନେଇଥିଲେ। ସୂଚନାଯୋଗ୍ୟ ଯେ ଭଞ୍ଜନଗର ଉପଖଣ୍ଡର ବିଭିନ୍ନ ଅଞ୍ଚଳରୁ ଆସିଥିବା କଂଗ୍ରେସ କର୍ମୀମାନେ ଆଜି ସହରରେ ଏକ ଶୋଭାଯାତ୍ରା କରିଥିଲେ। ଏହାପରେ ସ୍ଥାନୀୟ ଟାଟା ପାୱାର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ସଭା କରି ବିଭାଗୀୟ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।ଟିପିଏସଓଡ଼ିଏଲ ପ୍ରତି ଦିନକୁ ଦିନ ଅସନ୍ତୋଷ ଦେଖାଦେଇଛି।ତେଣୁ ସରକାର ଏହାକୁ ଗୁରୁତର ସହ ବିଚାର କରିବାକୁ ସାଧାରଣରେ ଦାବି ହେଉଛି।

ରିପୋର୍ଟ୍ -ଜେ କେ ପଟ୍ଟନାୟକ

Leave A Reply

Your email address will not be published.