ବୋଲଗଡ଼,୦୨/୧୧(ପିପିଟି): ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଫାସିଓଦା ପଞ୍ଚାୟତ ଟାଙ୍ଗୀସାହି ଏବଂ ଭୀମପଡ଼ା ଗ୍ରାମରେ ପାରମ୍ପରିକ ଅଷ୍ଟପ୍ରହରୀ ନାମ ସଂକ୍ରୀର୍ତ୍ତନ ଅନୁଷ୍ଠିତ ହୋଉଅଛି। ଧାର୍ମିକ କାର୍ତ୍ତିକ ମାସର ପର୍ବ ପର୍ବାଣି ଅନନ୍ୟ। କାର୍ତ୍ତିକ ମାସରେ ଓଡ଼ିଶାର ପୁରପଲ୍ଲୀ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ କାର୍ତ୍ତିକ ମାସରେ ହବିଷ୍ୟାଳି ମାନେ ସକାଳୁ ସ୍ନାନ କରି ମନ୍ଦିର ମାନଙ୍କରେ ନାମ ସଂକ୍ରୀର୍ତ୍ତନ କରି ଧୂମଧାମରେ ଏହି ମାସଟିକୁ ପାଳନ କରିଥାନ୍ତି। ଏହି ଅବସରରେ ଟାଙ୍ଗୀସାହି ଗୋଟିଏ ଗ୍ରାମରେ ଏକ ସମୟରେ ତିନୋଟି ସ୍ଥାନରେ ଅଷ୍ଟପ୍ରହରୀ ନାମ ସଂକ୍ରୀର୍ତ୍ତନ କରୁଥିବା ବେଳେ ଭୀମପଡା ଗ୍ରାମରେ ମଧ୍ୟ କାହିଁ କେଉଁ ପ୍ରାଚୀନ କାଳରୁ କାର୍ତ୍ତିକ ମାସର ଏକାଦଶୀ ଦିନ ଅଷ୍ଟପ୍ରହରୀ ନାମ ସଂକ୍ରୀର୍ତ୍ତନ ପାଳନ କରିଆସୁଛନ୍ତି l ଦଶମୀ ଦିନ ଅଧିବାସୀ ଆରମ୍ଭ କରି ଏକାଦଶୀ ଦିନ ଘୋର ନାମ ସଂକ୍ରୀର୍ତ୍ତନ କରି ଦ୍ୱାଦଶୀ ଦିନ ନଗର ଭ୍ରମଣ କରି ନଗର ମହୋତ୍ସବ କରି ଶେଷକରିଥାନ୍ତି। ଏହି ଅବସରରେ ଏକାଦଶୀ ପୂର୍ବ ଦିନଠାରୁ ଲାଇଟ, ପୁଷ୍ପ, ଏବଂ ବିଭିନ୍ନ ପ୍ରକାର ଉଚ୍ଚ ଅଟ୍ଟାଳିକା ତୋରଣ ଦ୍ୱାରା ସାଜସଜା କରିଥାନ୍ତି l ଏହି ଅଷ୍ଟପ୍ରହରୀ ରେ ଆଖପାଖ ଅଞ୍ଚଳରୁ ଅନେକ ନଦିଆ ମେଳ ଆସି ନାମ ସଂକ୍ରୀର୍ତ୍ତନ କରିଥାନ୍ତି l ଏହି ଅଷ୍ଟପ୍ରହରୀ ଦେଖିବାକୁ ଆଖପାଖ ଗ୍ରାମ ଏବଂ ଅଞ୍ଚଳର ବହୁ ଲୋକ ସମାଗମ ହୋଇଥିବାର ଦେଖିବାକୁ ମିଳିଛି l ନାମ ସଂକ୍ରୀର୍ତ୍ତନ ଦେଖିବା ସହିତ ବିଭିନ୍ନ ସ୍ଥାନରେ ହୋଇଥିବା ସାଜସଜ୍ଜା ହୋଇଥିବା ରଙ୍ଗ ବେରଙ୍ଗର ଲାଇଟ୍ ତୋରଣ ଲୋକମାନେ ଉପଭୋଗ କରୁଛନ୍ତି। ଏବଂ କୁଞ୍ଜବନ ବାଟିକା ବେଶ ଲୋକ ମାନଙ୍କୁ ଆକୃଷ୍ଟ କରୁଅଛି ।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।