ଝୁଡୁଙ୍ଗ ବଗିଚା ଜଗିବା ହେଲା କାଳ; ବଜ୍ରାଘାତରେ ନାବାଳିକା ର ମୃତ୍ୟୁ ।

0 275

ବାଲିଗୁଡା,୦୨/୧୦  (ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକ ଧରାକୋଟ ପଞ୍ଚାୟତର ଭଣ୍ଡରୁ ଗାଁ ରେ ବଜ୍ରାଘାତ ହେବା ଯୋଗୁଁ ଏକ ନାବାଳିକାର ମୃତ୍ୟୁ ଘଟିଛି। ଘଟଣା ରୁ ପ୍ରକାଶ ଯେ, ପ୍ରତିଦିନ ଭଳି ଗୁରୁବାର ମଧ୍ୟ ଉକ୍ତ ଗ୍ରାମର ସ୍ୱର୍ଗତ କୁପି ମଳିକଙ୍କ ଝିଅ ରିକା ମଳିକ (୧୬)ମଧ୍ୟାହ୍ନ ରେ ଖାଇସାରି ନିଜର ଝୁଡୁଙ୍ଗ ବଗିଚା କୁ ଯାଇଥିବା ସମୟରେ ହଠାତ ବଜ୍ରପାତ ହେବା ଯୋଗୁଁ ମୃତ୍ୟୁ ବରଣ କରିଛି । ଝିଅ ଆସିବା ବିଳମ୍ବ ହେବାରୁ ରିକାଙ୍କ ମା’ ବଗିଚା କୁ ଆସି ଦେଖିଲା ବେଳକୁ ଝିଅ ର ମୃତ ଦେହ ସେଠାରେ ପଡିଛି । ଏହା ଦେଖି ରିକା ଙ୍କ ମାଆ ସଙ୍ଗେ ସଙ୍ଗେ ଗ୍ରାମ ବାସୀଙ୍କୁ ଜଣାଇଥିଲେ। ଖବର ପାଇ ଗ୍ରାମବାସୀ ଯାଇ ଦେଖୁବା ପରେ ବଜ୍ରାଘାତରେ ହିଁ ମୃତ୍ୟୁ ବରଣ କରିଥିବା ସନ୍ଦେହ କରି କୋଟଗଡ ପୋଲିସକୁ ଖବର ଦେଇଥିଲେ। କୋଟଗଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିବା ସହ ମୃତ୍ୟୁ ଶରୀରକୁ ଜବତ କରି ବ୍ୟବଛେଦ ନିମନ୍ତେ କୋଟଗଡ ମେଡିକାଲକୁ ପଠାଇଥିବା ଜଣାପଡିଛି ।

ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ

Leave A Reply

Your email address will not be published.