ଝିଣ୍ଟିକାବାଡ଼ି ବିଦ୍ୟାଳୟରେ ବିଦାୟକାଳୀନ ସମ୍ବର୍ଦ୍ଧନା।

0 252

ପୋଲସରା,୩୧/୦୧ (ପିପିଟି) :ପୋଲସରା ବ୍ଲକ୍ , ବର୍ତ୍ତିନୀ ଗ୍ରାମ ପଞ୍ଚାୟତ ଝିଣ୍ଟିକାବାଡ଼ି ବିଦ୍ୟାଳୟରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଉକ୍ତ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୁବେର ବେହେରା କାର୍ଯ୍ୟକ୍ରମରେ ସଭାପତିତ୍ଵ ଏବଂ ସହକାରୀ ଶିକ୍ଷକ ସନ୍ତୋଷ କୁମାର ଗୌଡ଼ ମଞ୍ଚ ପରିଚାଳନା କରିଥିଲେ।
ଏଥିରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ମାଧବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କାମ୍ଫ ବାଢେଇ, ମୁଖ୍ୟ ବକ୍ତା ଭାବେ ବୁଢେଇଶୁଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନୀଳାଦ୍ରି ବିହାରୀ ମହାପାତ୍ର ଏବଂ ସମ୍ମାନିତ ଅତିଥି ଭାବେ ଏସ.ଏମ.ସି. ସଭାପତି ରାଜେନ୍ଦ୍ର ସାହୁ ବର୍ତ୍ତିନୀ ସି.ଆର.ସି.ସି ସୁନୀଳ କୁମାର ବେହେରା ମା’ ସିଂହାସନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସାନ ବରଗାଁର ପ୍ରଧାନ ଶିକ୍ଷକ ହିମାଂଶୁ ଶେଖର ପାଢ଼ୀ, କୁଆନନ୍ଦ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ସୁଲୋଚନା ମହାପାତ୍ରଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ ଦେଇଥିଲେ। ଦୀର୍ଘ ୩୬ ବର୍ଷ କାଳ ଶିକ୍ଷକତା କରି ସେବାନିବୃତ୍ତ ହୋଇଥିବା ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଭଗବାନ ପ୍ରଧାନଙ୍କ ସେବାକାର୍ଯ୍ୟର ଭୂରି ଭୂରି ପ୍ରଶଂସା କରାଯାଇ ତାଙ୍କର ପରବର୍ତ୍ତୀ ଜୀବନ ନିରାମୟ ଓ ଆନନ୍ଦମୟ ସହିତ ନିଷ୍କଣ୍ଟିତ ଭାବେ ଅତିବାହିତ ହେବା ସକାଶେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରାଯିବା ସହ ଉତ୍ତରୀୟ, ପୁଷ୍ପଗୁଚ୍ଛ ଏବଂ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧନା ଦିଆଯାଇଥିଲା। ପରେ ସମ୍ବର୍ଦ୍ଧିତ ଶିକ୍ଷକ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ୍ ଏବଂ କୃତଜ୍ଞତା ଜ୍ଞାପନ କରିବା ସହ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟ ଉଜ୍ଜ୍ୱଳ କାମନା କରିଥିଲେ। ଶେଷରେ ଶିକ୍ଷକ ସନ୍ତୋଷ ଗୌଡ଼ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.