ଝାରବନ୍ଧ ଗାଁ ମଝିରେ କଲଭର୍ଟ ନିର୍ମାଣ ଦାବି ।

0 420

ପଦ୍ମପୁର,୧୮/୦୭(ପିପିଟି); ବରଗଡ ଜିଲ୍ଲାର ଝାରବନ୍ଧ  ଛତିଶଗଡ ରାଜ୍ୟର ସିମାନ୍ତ ବର୍ତ୍ତୀ ବ୍ଲକ ହେଡକ୍ୱାଟର । ଏଠି  ପି.ଡବ୍ଲୁ.ଡି ରାସ୍ତା ରହିଛି । ହେଲେ ବର୍ଷା ଦେନେ ପ୍ରବଳ ବର୍ଷାହେଲେ ଗାଁର ପାଣି ଡ୍ରେନେଜ ରେ ବ୍ୟାପକ ଅସୁବିଧା ଦେଖାଦେଇଥାଏ । ଝାରବନ୍ଧ ଗ୍ରାମର ମଝିବସ୍ତିରେ ପି.ଡବ୍ଲୁ.ଡି ରୋଡ ଉପରେ ଆଣ୍ଠୁଏ ପାଣି ଜମା ହୋଇ ଯାତାୟତରେ ବାଧାସୃଷ୍ଚି କରୁଛି । ଏଠାକାର ପ୍ରଶାସନ ନିରବଦ୍ରଷ୍ଟା ସାଜି ଆଖିବୁଜି ଦେବାରୁ ବାଧ୍ୟହୋଇ ବରଗଡ ଜିଲ୍ଲା ପରିଷଦ ସଭ୍ୟା କୁମୁଦିନୀ ସାହୁ ନିଜେ ଦୃଷ୍ଟି ଆକର୍ଷଣ କରି ଗ୍ରାମର ପିଙ୍କୁ ଅଗ୍ରୱାଲାଙ୍କ ସହଯୋଗରେ ନିଜେ ଶ୍ରୀମତି ସାହୁ ଛିଡା ହୋଇ ଜମିରହିଥିବା ବର୍ଷା ପାଣିକୁ ଜେ.ସି.ବି ଲଗାଇ ଡ୍ରେନେଜ କରିଥିଲେ । ଏଭଳି ମହତ କାର୍ଯ୍ୟରେ ସେ ସଦାବେଳେ ତତ୍ପରତା ପ୍ରକାଶ କରିଥାଆନ୍ତି । ଏଣୁ ତୁରନ୍ତ ଏ ଦିଗରେ ଦୃଷ୍ଟି ଦେଇ ଗାଁ ମଝିରେ କଲଭର୍ଟ  ଟିଏ ନିର୍ମାଣ କରିବାକୁ ଜନସାଧାରଣ ରେ ଦାବି ହେଉଛି ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.