ଝରକା ଭାଙ୍ଗି କଳାକନା ବୁଲାଇଲା ଚୋର ।

0 109

ସିମୁଳିଆ,୦୧/୦୧:ଇଂରାଜୀ ନବ ବର୍ଷରେ ଘରେ କେହି ନ ଥିବା ବେଳେ ଦିନ ଦ୍ୱିପ୍ରହରରେ ଘର ପଛ ପଟୁ ଝରକା ଗ୍ରୀଲ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରୀ କରି ନେଇଥିବା ସିମୁଳିଆ ଥାନାରେ ଅଭିଯୋଗ । ସୂଚନାରୁ ପ୍ରକାଶ ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ବାଉରିପଦା ପଞ୍ଚାୟତର ରାମ୍ପୋ ଗ୍ରାମର ଆଦର୍ଶ ବିଦ୍ୟାଳୟ ସମ୍ମୁଖରେ ଥିବା ରାଜେନ୍ଦ୍ର ଖଟୁଆଙ୍କ ପରିବାର ଲୋକେ ନୂତନ ବର୍ଷ ଉପଲକ୍ଷେ ବକ୍ରେଶ୍ୱର ମନ୍ଦିର ଯାଇଥିଲେ । ଘରେ କେହି ନ ଥିବାର ସୁଯୋଗ ନେଇ ଚୋର ଘର ପଛ ପଟଗ୍ରୀଲ ଭାଙ୍ଗି ଘରେ ପଶି ଗଡରେଜକୁ ଲୁହା ଶାବଳରେ ତାଡି ସେଥିରେ ଥିବା ନଗଦ ଏକ ଲକ୍ଷ ଟଙ୍କା ଓ ସୁନା ଗହଣା ଯାହାର ମୂଲ୍ୟ ୫ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଜିନିଷ ଚୋରି କରି ନେଇଥିବାର ସିମୁଳିଆ ଥାନାରେ ମିଟି ଖଟୁଆ ଅଭିଯୋଗ କରିଥିବା ଜଣାଯାଇଛି । ଅଭିଯୋଗ ପାଇ ସିମୁଳିଆ ପୋଲିସ ଘଟଣାର ତଦନ୍ତ କରିଥିବା ଜଣାଯାଇଛି । ପ୍ରକାଶ ଥାଉକି ସିମୁଳିଆ ଥାନା ଅଞ୍ଚଳରେ ବାରମ୍ବାର ଚୋରୀ, ଡକାୟତି ଓ ଲୁଟ ଘଟଣା ବୃଦ୍ଧି ପାଉଥିଲେ ବି ପୋଲିସ ସେମାନଙ୍କୁ ଧରିବାରେ ବିଫଳ ହୋଇଛି ଯାହା ବୁଦ୍ଧିଜୀବୀ ମହଲରେ ଆଲୋଚନାର ବିଷୟ ପାଲଟିଛି ।

Leave A Reply

Your email address will not be published.