ଜ୍ଞାନ ବିଜ୍ଞାନ ମେଳାରେ ୩୫ପ୍ରକଳ୍ପ ପ୍ରଦର୍ଶିତ ।

0 199

ଭଞ୍ଜନଗର, ୨୫/୦୯(ପିପିଟି ):ଭଞ୍ଜନଗର ସାଇ ଗୁରୁକୂଳ ଆବାସିକ ବିଦ୍ୟାଳୟ ପରିସରରେ ଚଳିତ ବର୍ଷର ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି।ଏଥିରେ ବିଦ୍ୟାଳୟର ପଞ୍ଚମ ଶ୍ରେଣୀରୁ ଆରମ୍ଭ କରି ଦଶମ ପର୍ଯ୍ୟନ୍ତ ମୋଟ ୩୫ଜଣ ଛାତ୍ରଛାତ୍ରୀ ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ । ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ କୃଷି ବୈଜ୍ଞାନିକ ଡ. ସୂତନୁ କୁମାର ଶତପଥୀ ମୁଖ୍ୟ ଅତିଥି ଭାବେ ପ୍ରଦୀପ ପ୍ରଜ୍ବଳନ କରି ବିଜ୍ଞାନ ମେଳାକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ରୂପେ ସ୍ଥାନୀୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ଅଧ୍ୟାପକ ଡକ୍ଟର ଦେବାଶିଷ ସ୍ୱାଇଁ,ଅବସର ପ୍ରାପ୍ତ ଅଧ୍ୟକ୍ଷ ପୀତବାସ ପାଳ ଏଵଂ ବରିଷ୍ଠ ବିଜ୍ଞାନ ଶିକ୍ଷକ ଛାୟାକାନ୍ତ ମହାପାତ୍ର,ସ୍ଥାନୀୟ ରୋଟାରି କ୍ଳବ ସଭାପତି ରଞ୍ଜିତ କୁମାର ବାରିକ ଉପସ୍ଥିତ ରହି ମେଳା ପରିଦର୍ଶନ କରି ମୂଲ୍ୟାଙ୍କନ କରିଥିଲେ। ଶେଷରେ କୃତି ପ୍ରତିଯୋଗୀମାନଙ୍କୁ ଟ୍ରଫି ପ୍ରଦାନ କରାଯାଇ ଥିଲା। ସଭାରେ ବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକ ଅଜିତ କୁମାର ଶତପଥୀ ପୌରହିତ୍ୟ କରିଥିଲେ ଓ ପରିଚାଳନା ସମିତି ସଭ୍ୟ ସୂର୍ଯ୍ୟନାରାୟଣ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ୍ -ଜେ କେ ପଟ୍ଟନାୟକ

Leave A Reply

Your email address will not be published.