ଜ୍ଞାନଦୀପ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଉଦଘାଟିତ ।

0 222

ବ୍ରହ୍ମପୁର,୧୪/୦୬(ପିପିଟି):ଶିକ୍ଷାନୁଷ୍ଠାନ ଗୁଡିକ କେବଳ ଆଧୁନିକ ଶିକ୍ଷା ନାମରେ ବହୁ ଅର୍ଥ ଆଦାୟ କରି ଛାତ୍ର ଛାତ୍ରୀ ଙ୍କୁ ଶୋଷଣ କରିବା ମନୋବୃତ୍ତି ରୁ ନିବୃତ୍ତ ରହି ଗୁଣବତ୍ତା ଶିକ୍ଷା ସହ ଉପଯୁକ୍ତ ସଂସ୍କାର ଓ ମା ମାଟି ମାତୃଭାଷାକୁ ଭଲ ପାଇବା ପରି ତାଲିମ ଦେଲେ ସେମାନେ ଭବିଷ୍ୟତରେ ଜଣେ ଜଣେ ଉପଯୁକ୍ତ ନାଗରିକ ହୋଇପାରିବେ ବୋଲି ଗତ ଗୁରୁବାର ଦିନ କୃଷ୍ଣପ୍ରସାଦ ସ୍ଥିତ ଶ୍ରୀ ଶ୍ରୀ କମେଲଶ୍ୱେର ପଣା ପଡିଆ ଠାରେ ଜ୍ଞାନଦୀପ ଉଚ୍ଚମାଧ୍ୟମିକ ବିଦ୍ୟାଳୟକୁ ଉଦଘାଟନ କରି ବିଶିଷ୍ଟ ସମାଜସେବୀ ତଥା ମହାନ ସଙ୍ଘ ସଭାପତି ସୁଶାନ୍ତ କୁମାର ସାବତ ମତବ୍ୟକ୍ତ କରିଛନ୍ତି l ମୁଖ୍ୟ ଅତିଥି ଶ୍ରୀ ସାବତ ମାଣ୍ଡିଆ ପଲ୍ଲୀ ଠାରେ ଜ୍ଞାନଦୀପ ଶିକ୍ଷାନୁଷ୍ଠାନର ଶିକ୍ଷା ପ୍ରଣାଳୀ ଅତି ଉଚ୍ଚକୋଟୀର ଥିବା ଓ ନିଜସ୍ୱ ଉଦ୍ୟମରେ ସରକାରଙ୍କ ଠାରୁ ସ୍ୱୀକୃତି ଆଣି ଏକ ସ୍ଥାୟୀ ବିଦ୍ୟାଳୟ ନିଜ ଅଞ୍ଚଳରେ ପ୍ରତିଷ୍ଠା କରିଥବାରୁ ଏହାର ପ୍ରତିଷ୍ଠାତା ଡ଼ ଅଭିମନ୍ୟୁ ଜେନାଙ୍କୁ ଶୁଭେଚ୍ଛା ଜ୍ଞାପନ କରିବା ସହ ବହୁ ଶିକ୍ଷବିତ୍ତଙ୍କୁ ଉପଢୌକନ ଦେଇ ସନ୍ନମlନୀତ କରିଥିଲେ । ଜ୍ଞାନଦୀପ ର ପ୍ରତିଷ୍ଠାତl ତଥା ଅଧକ୍ଷ ବିଶିଷ୍ଟ ଶିକ୍ଷlବିତ୍ତ ଡ଼ ଅଭିମନ୍ୟୁ ଜେନା ଉତ୍ସବରେ ଅଧକ୍ଷତା କରି ନିଜର ସଂଘର୍ଷପୁର୍ଣ ପ୍ରଚେଷ୍ଠା ଓ ବିଦ୍ୟାଳୟକୁ ଅଞ୍ଚଳର ଏକ ସୁନାମ ଧନ୍ୟ ବିଦ୍ୟାଳୟ ଭାବେ ଗଢ଼ି ତୋଳିବା ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ତଥା ଶିକ୍ଷା ବିଭାଗ ଉପ ନିର୍ଦ୍ଦେଶକ ଡ଼ କୂଳମଣି ଓଝା ଯୋଗଦେଇ ସରକାରଙ୍କ ନୂତନ ଶିକ୍ଷା ପ୍ରଣାଳୀ ଓ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥିଭାବେ କୁଞ୍ଜ ବିହାରୀ ନାୟକ, ଅନୁଷ୍ମାନ ପଟ୍ଟନାୟକ, ବଳରାଜ ଆୟଙ୍ଗର, କେଦାର ନାଥ ଜେନା,୩୫ ମୌଜା କମିଟି ସଭାପତି ସୁରେନ୍ଦ୍ର ନାଥ ମାଝୀ, ଗଙ୍ଗାଧର ସାହୁ,ପ୍ରମୁଖ ଯୋଗଦେଇ ଜ୍ଞାନ ଦୀପ ର ଉଜ୍ବଳ ଭବିଷ୍ୟତ କାମନା କରିଥିଲେ । ଛାୟାକାନ୍ତ ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ସଭା ରେୟା ଶ୍ରୀକାନ୍ତ ବିଶ୍ୱାଳ ଧନ୍ୟବାଦ ପ୍ରଦାନ କରିଥିଲେ । ଛାତ୍ର ଛାତ୍ରୀଙ୍କ ଦ୍ୱାରା ପାରିବେଶୀତ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ ଆକର୍ଷଣୀୟ ହୋଇପାରିଥିଲା । ବହୁ ଅଭିଵାବକ ଓ ସ୍ଥାନୀୟ ବିଶିଷ୍ଟ ବ୍ୟକ୍ତି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.