ବୋଲଗଡ଼,୨୭/୦୪(ପିପିଟି):ଦିର୍ଘଦିନର ପ୍ରତୀକ୍ଷାପରେ ଅନ୍ତ ଘଟିଛି ବେଗୁନିଆ ନିର୍ବାଚନ ମଣ୍ଡଳୀର ବିଜେଡିର ପ୍ରାର୍ଥୀ ଘୋଷଣା । ଶନିବାର ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁଙ୍କୁ ଖୋର୍ଦ୍ଧାରୁ ଟିକେଟ ଦେଇଥିବାବେଳେ ବୋଲଗଡ଼-ବେଗୁନିଆ ପାଇଁ ସ୍ଥାନୀୟ ପୁଅ ପ୍ରଦୀପ ସାହୁଙ୍କୁ ଶେଷ ମୁହୁର୍ତ୍ତରେ ବିଜୁ ଜନତା ଦଳ ପକ୍ଷରୁ ଟିକେଟ ଦେଇଛନ୍ତି । ଯାହାଫଳରେ ବିଜେଡି ଦଳର କର୍ମୀମାନଙ୍କ ମଧ୍ୟରେ ବାଣ ଫୁଟାଇ ମିଠା ଖୁଆଇ ସେଲିବ୍ରେସନ କରିଛନ୍ତି । ପୂର୍ବରୁ କଂଗ୍ରେସ ତାର ପ୍ରାର୍ଥୀ ତାଲିକାରେ ଏଠାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବ୍ଲଭ ପଟ୍ଟନାୟକଙ୍କ ପୁତ୍ର ପୃଥୀବଲ୍ଲଭ ପଟ୍ଟନାୟକଙ୍କୁ ପ୍ରଥମଥର ପାଇଁ ପ୍ରାର୍ଥୀ କରି ମଇଦାନକୁ ଛାଡିଛନ୍ତି । ପୂର୍ବରୁ କଂଗ୍ରେସ ଦଳ ଗଡଥିବା ଏହି ବୋଲଗଡ଼-ବେଗୁନିଆ ନିର୍ବାଚନ ମଣ୍ଡଳୀରେ ଏବେ ଜୋରଦାର ଲଢେଇ ହେବ । ପୂର୍ବତନ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେପି ପକ୍ଷରୁ ଖୋର୍ଦ୍ଧା ପାଇଁ ପ୍ରାର୍ଥୀ ହୋଇଥିବାରୁ ବେଗୁନିଆପାଇଁ ବିଜେପି ଅଦ୍ୟାବଧି ଘୋଷଣା କରିନାହିଁ । ବିଜେପିର ଯେକେହି ଏଠାରେ ପ୍ରାର୍ଥୀ ହେଲେ ମଧ୍ୟ ବିଜେଡି ଓ କଂଗ୍ରେସର ଏଠାରେ ସମକକ୍ଷ ହୋଇପାରିବ ନାହିଁ । ବର୍ତ୍ତମାନ ନିର୍ବାଚନ ମଇଦାନରେ ବିଜେଡିର ପ୍ରଦୀପ କୁମାର ସାହୁ ଓ କଂଗ୍ରେସର ପୃଥୀ ବଲ୍ଲବ ପଟ୍ଟନାୟକଙ୍କ ମଧ୍ୟରେ ଯୋରଦାର ଟକ୍କର ହେବ ବୋଲି ବର୍ତ୍ତମାନ ଠାରୁ ଆଲୋଚନା ଆରମ୍ଭ ହୋଇଗଲାଣି ।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)