ଭଞ୍ଜନଗର, ୨୭/୦୨(ପିପିଟି ):ସ୍ଥାନୀୟ ପୁରାତନ ସ୍ୱତନ୍ତ୍ର ଉପ କାରାଗାର ପରିଦର୍ଶନ କମିଟି ପକ୍ଷରୁ ପ୍ରାକ୍ତନ ଅଧ୍ୟକ୍ଷ କୃତ୍ତିବାସ ବିଶ୍ୱାଳ, ଡ଼. ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ଜଗବନ୍ଧୁ ଜେନା, ଅନୁପମ ବାନାର୍ଜୀ ଓ ଗୀତାଞ୍ଜଳି ସୁବୁଦ୍ଧି ଆଜି ଭଞ୍ଜନଗର କାରାଗାର ଅନ୍ତେବାସୀଙ୍କ ସହ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଛନ୍ତି । ଜେଲ ଅଧିକ୍ଷକ ମାନସ ରଞ୍ଜନ ସାମନ୍ତଙ୍କ ତତ୍ତ୍ୱାବଧାନରେ ଖାଦ୍ୟ ପ୍ରସ୍ତୁତି ଓ ତାର ମାନ, ମହିଳା ୱାର୍ଡ, ପୁରୁଷ ୱାର୍ଡ, ସଫା ସୁତୁରା, କର୍ମ ନିୟୋଜନ ପାଇଁ ଆସିଥିବା ଯନ୍ତ୍ରାଂଶ, ଟେଲିଫୋନ ବୁଥ ଓ ଯୋଗ ଶିକ୍ଷା ଉପରେ ଦୁଇ ପ୍ରଶିକ୍ଷକ ନିଯୁକ୍ତି ହୋଇଥିବା ବୁଲି ଦେଖିଥିଲେ । ଜେଲ ଅଧିକ୍ଷକ ଶ୍ରୀ ସାମନ୍ତ ବେସରକାରୀ ପରିଦର୍ଶକ କମିଟିକୁ ସହଯୋଗ କରି ବିଭିନ୍ନ ସୁବିଧା ଅସୁବିଧା ଉପରେ ଅନ୍ତେବାସୀଙ୍କ ସହିତ ଭାବ ବିନିମୟ କରିଥିଲେ । କାରାଗାର ଅନ୍ତେବାସୀମାନେ ମଧ୍ୟ ତାଙ୍କର ମନର କଥା ଅତିଥିମାନଙ୍କ ସାମ୍ନାରେ କହିଥିଲେ ।
ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)