ଜୁଆ ଆଡ୍ଡା ଉପରେ ପୁଲିସ ଚଢ଼ାଉ, ଛେଳି ସହ ୭ ବାଇକ୍ ଜବତ ।

0 205

ମାଲକାନଗିରି,୦୬/୦୬(ପିପିଟି) :ଗତ କାଲି ରାତିରେ ମାଲକାନଗିରି ଥାନା ପୁଲିସ ଦଳ ଗୌଡ଼ଗୁଡା ଗ୍ରାମରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଅତର୍କିତ ଚଢାଉ କରି ବାଜିରେ ଲାଗିଥିବା ଛେଳିକୁ ଆଣି ଥାନାରେ ବାନ୍ଧି ରଖିବା ସହିତ ସାତଟି ବାଇକ୍ କୁ ମଧ୍ୟ ଜବତ କରିଛି।ଗତକାଲି ଗୌଡ଼ଗୁଡ଼ା ଗ୍ରାମରେ କୁକୁଡ଼ା ଗାଲି ଚାଲାଥିବା ବେଳେ ଜୁଆ ଖେଳ ମଧ୍ୟ ଜୋରଦାର ଚାଲୁଥିଲା। ବିଶ୍ବସ୍ତା ସୂତ୍ରରୁ ଖବରପାଇ ମାଲକାନଗିରି ଆଦର୍ଶ ଥାନା ପୁଲିସ ଗୁରୁବାର ରାତିରେ ଏସଡିପିଓ ଦିବ୍ୟ ଦଳେଇଙ୍କ ନେତୃତ୍ୱରେ କୁକୁଡ଼ା ଖାଲି ଓ ଜୁଆ ଆଡ୍ଡା ଉପରେ ଅତର୍କିତ ଚଢ଼ାଉ କରିଥିଲା। ପୁଲିସ ଦଳକୁ ଦେଖୁ ଦେଖୁ ଜୁଆଡିମାନେ ପ୍ରାଣ ମୂର୍ଚ୍ଛା ଦୌଡ଼ି ପଳାଇ ଜଙ୍ଗଲରେ ଲୁଚି ଯାଇଥିଲେ। ଅନ୍ଧାର ରାତ୍ର ହେତୁ ପୁଲିସ କାହାରିକୁ ଗିରଫ କରିବାରେ ସଫଳ ହୋଇ ନଥିଲା। ଜୁଆଡ଼ିମାନେ ଫେରାର ହୋଇଯାଇଥିବା ବେଳେ ସେଠାରେ ଶ୍ରେଷ୍ଠ ବିଜେତା ପାଇଁ ରଖାଯାଇଥିବା ଏକ ଛେଳି ଓ ୭ଟି ମୋଟର ସାଇକେଲକୁ ପୁଲିସ ଜବତ କରି ଭ୍ୟାନରେ ଆଣି ଥାନା ପରିସରରେ ବାନ୍ଧି ରଖିଛି। ଗତକାଲି ରାତି ଠାରୁ ନିରିହ ଛେଳିଟି ପୁଲିସ ଥାନା ପରିସରରେ ଚିତ୍କାର କରୁଛି। ଏ ସମ୍ପର୍କରେ ମାଲକାନଗିରି ଥାନା ଅଧିକାରୀ ରିଗାନ କିଣ୍ଡୋ ପ୍ରକାଶ କରିଛନ୍ତି ଯ , ଛେଳିଟିର ଦାବିଦାର ଆସିଲେ ତାଙ୍କୁ ଛେଳିଟିକୁ ହସ୍ତାନ୍ତର କରାଯିବ। ନଚେତ ବିକଳ୍ପ ବ୍ୟବସ୍ଥା କରାଯିବ। ଜୁଆଡିମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.