ଜୁଆ ଆଡ୍ଡାରୁ ୬ଗିରଫ; ଟଙ୍କା,ମୋବାଇଲ ଓ ବାଇକ ଜବତ ।

0 174

ଭଞ୍ଜନଗର, ୧୦/୯(ପିପିଟି):ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧୀନ ବିଞ୍ଜଗିରି ଗ୍ରାମରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢଉ କରି ପୁଲିସ ୬ଜଣ ଜୁଆଡିଙ୍କୁ କାବୁ କରିଛି। ଗ୍ରାମ ନିକଟରେ ଜୁଆ ଆଡ୍ଡା ଚାଲିଥିବା ଖବର ପାଇ ପୁଲିସ ରବିବାର ସନ୍ଧ୍ୟା ସମୟରେ ଚଢଉ କରିଥିବା ବେଳେ ସେମାନଙ୍କ ନିକଟରୁ ୩୨,୧୦୦ ଟଙ୍କା, ୧୧ଗୋଟି ମୋବାଇଲ ଫୋନ ସହ ୩ଟି ମଟର ସାଇକଲ ଜବତ କରାଯାଇଥିବା ଭଞ୍ଜନଗର ଭାରପ୍ରାପ୍ତ ଥାନା ଅଧିକାରୀ କେଶବ ଷଢଙ୍ଗୀ ସୂଚନା ଦେଇଛନ୍ତି। ଏନେଇ କେସ୍‌ ନମ୍ବର ୮୧୭ରେ ଏକ ମାମଲା ରୁଜୁ କରାଯାଇଥିବା ଜଣାପଡିଛି। ଆଗକୁ ପାର୍ବଣ ଋତୁ ଆସୁଥିବାରୁ ଏହି ସମୟରେ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଜୁଆ ଆଡ୍ଡା ଉପରେ ଚଢଉକୁ ବ୍ୟାପକ କରାଯିବ ବୋଲି ଶ୍ରୀ ଷଢଙ୍ଗୀ ପ୍ରକାଶ କରିଛନ୍ତି।

ରିପୋର୍ଟ-ଜେ କେ ପଟ୍ଟନାୟକ

Leave A Reply

Your email address will not be published.