ଜୁଆ ଅଡ୍ଡା ଉପରେ ପୋଲିସ ଚଢ଼ାଉ; ୭ଗିରଫ ।

0 364

ଭଞ୍ଜନଗର, ୨୬/୦୯(ପିପିଟି):ଦଶହରା ଠାରୁ କୁମାର ପୂର୍ଣ୍ଣିମା ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜୁଆର ଆସର ଜମିଥାଏ।ଯାହା ଫଳରେ ପଇସା ବାଜି ଲଗାଇ ବହୁଲୋକ ନିଜର ସର୍ବସ୍ବ ହରାଇଥାନ୍ତି। ଜୁଆ ଖେଳକୁ ରୋକିବା ପାଇଁ ଭଞ୍ଜନଗର ପୋଲିସ ଗୁରୁବାର ରାତିରେ କୁଶ ପଲି ଠାରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୭ ଜଣକୁ ଗିରଫ କରିଛି। ସେମାନଙ୍କ ଠାରୁ ମୋଟ ୪୫,୪୭୦ ଟଙ୍କା, ୬ଟି ମୋବାଇଲ ଓ ଗୋଟିଏ ବାଇକ୍ ଜବତ କରିଛି। ଏନେଇ ଭଞ୍ଜନଗର ଥାନାରେ ୧୦୭୮/୨୫ରେ ଏକ ମାମଲା ରୁଜୁ ହୋଇଛି ବୋଲି ଥାନା ଅଧିକାରୀ ଜିବନାନନ୍ଦ ଜେନା ଏଠାରେ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତ ମାନଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯିବ। ଗିରଫ ଅଭିଯୁକ୍ତମାନେ ହେଲେ କାଲିଆଗୁଡାର ଆରଏନ ସାଇଁ, ବାଙ୍କେଲେଡିର ଏମ ପ୍ରଧାନ, ଲୁଦୁଲୁଦିର ଏମ ଜେନା, ଏସ ନାୟକ, ଏମ ଷଡ଼ଙ୍ଗୀ, କୁଶପଲ୍ଲୀର ପି କେ ପଲେଇ ଓ କାଳିଆଗୁଡା ଗ୍ରାମର ପ୍ରଶାନ୍ତ ରାଉତ ।ଆଗାମୀ ଦିନରେ ମଧ୍ୟ ଏଭଳି ଜୁଆ ଅଡ୍ଡା ଉପରେ ଚଢ଼ାଉ ଜାରି ରହିବ ବୋଲି ଜଣାପଡ଼ିଛି।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.