ଜୀବନ ମୁକ୍ତା ନନ୍ଦପୁରୀ ବାବାଙ୍କୁ ଅଜଣା ବ୍ୟକ୍ତିଙ୍କ ଫୋନ କଲରେ ହତ୍ୟା ଧମକ ।

0 280

ବାଲିଗୁଡ଼ା,୨୦/୦୨(ପିପିଟି); କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ସ୍ଥିତ ଜଲେଶପଟ୍ଟା କନ୍ୟାଶ୍ରମ ମଧ୍ୟରେ ରହୁଥିବା ଜୀବନ ମୁକ୍ତା ନନ୍ଦ ପୁରୀ ବାବାଙ୍କୁ ଆଜି ଏକ ଅଜଣା ଫୋନ କଲ୍ ରେ ହତ୍ୟା ଧମକ ଦିଆଯାଇଥିବା ନେଇ ଥାନାରେ ଏକ ଏତଲା ବାବା ଦେଇଥିବା ଜଣାପଡିଛି। ଏ ନେଇ ପୁଲିସ ଘଟଣା ର ସତ୍ୟତା ନିର୍ଦ୍ଧାରଣ କରୁଥିବା ବେଳେ ଏବେ ଏ ନେଇ କିଛି ସ୍ପଷ୍ଟ କରିନାହିଁ। ଘଟଣାରୁ ପ୍ରକାଶ ଶନିବାର ସନ୍ଧ୍ୟା ୫ଟା ସମୟରେ ସ୍ୱାମୀଜୀଙ୍କ ଫୋନକୁ ଏକ କଲ୍ ଆସିଥିଲା ଓ ଆପଣଙ୍କୁ ୪ଦିନ ମଧ୍ୟରେ ହତ୍ୟା କରାଯିବ ମାଓବାଦୀ ସଙ୍ଗଠନ ପକ୍ଷରୁ ଆପଣଙ୍କୁ ହତ୍ୟା କରିଯିବ ବୋଲି କୁହାଯାଇଥିଲା। ସୂଚନା ଯୋଗ୍ୟ ଯେ, ଲକ୍ଷ୍ମଣା ନନ୍ଦ ସରସ୍ବତୀଙ୍କ ପରେପରେ ମୁକ୍ତାନନ୍ଦ ବାବା ବର୍ତ୍ତମାନ ଜାଲେଶପଟ୍ଟା ଓ ଚକାପାଦ ଆଶ୍ରମ ଦାୟିତ୍ୱରେ ଥିଲେ । ଏହା ପରେ ସ୍ୱାମୀଜୀ ତାଙ୍କ କର୍ମକର୍ତ୍ତାଙ୍କୁ ଜଣାଇବା ପରେ ଅଞ୍ଚଳ ରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ପ୍ରକାଶ ଯେ, ପୂର୍ବରୁ ୨୦୦୮ମସିହା ଅଗଷ୍ଟ ମାସ ୨୨ ତାରିଖରେ ମଧ୍ଯ ପୂର୍ବରୁ ଏହି ଆଶ୍ରମରେ ରହି ଆସୁଥିବା ସ୍ବାମୀ ଲକ୍ଷ୍ମଣା ନନ୍ଦ ସରସ୍ୱତୀ ଙ୍କୁ ଏଭଳି ଏକ ଧମକପୂର୍ଣ୍ଣ ଚିଠି ଆସିଥିଲା ଓ ଗୋଟାଏ ଦିନ ପରେ ଦୁର୍ବୃତ୍ତ ଆଶ୍ରମ ମଧ୍ୟରେ ପଶି ହତ୍ୟା କରିଥିଲେ । ଆଜିର ଏହି ଘଟଣା ପରେ ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରିଦିଆଯାଇଥିବା ଜଣାପଡିଛି ।

(ରିପୋର୍ଟ- ସୁଶାନ୍ତ କୁମାର ପାଣିଗ୍ରାହୀ। )

Leave A Reply

Your email address will not be published.