ଜୀବନ ନୀରୋଗ ପାଇଁ ସ୍ୱଚ୍ଛ ଓ ନିର୍ମଳଜଳ ଆବଶ୍ୟକ।

0 231

ବୋଲଗଡ଼,୦୬/୦୩(ପିପିଟି): ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଶିକ୍ଷା ବ୍ଳକ ଅନ୍ତର୍ଗତ ପିଚୁକୁଳି ସ୍ଥିତ ବୀଣାପାଣି ବିଦ୍ୟାମନ୍ଦିର ଆନୁକୂଲ୍ୟରେ ଓ ଓଡ଼ିଶା ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗର ଶିକ୍ଷଣ ଓ ପ୍ରଶିକ୍ଷଣ ପଠନ କେନ୍ଦ୍ର ସହାୟତାରେ ପୋଖରୀ ଦଳ ସଫେଇ,ଜଳ ସଂରକ୍ଷଣ ସଚେତନତା ଓ ସ୍ୱଚ୍ଛ ନିର୍ମଳ ପୋଖରୀ ଚିତ୍ରାଙ୍କନ ପ୍ରତିଯୋଗିତା ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରଧାନ ଆଚାର୍ଯ୍ୟ ପ୍ରମୋଦିନୀ ମହାପାତ୍ର ଙ୍କ ଆବାହକତ୍ବରେ ମୂଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ସୁଭଲକ୍ଷ୍ମୀ ସୁନ୍ଦରାୟ, ମୁଖ୍ୟ ବକ୍ତାଭାବେ ବରିଷ୍ଠ ସାମ୍ବାଦିକ ପାଣ୍ଡବ ସାହୁ,ପିପିଟି ସାମ୍ବାଦିକ ସୁଶାନ୍ତ କୁମାର ପ୍ରଧାନ ଓ ସମ୍ମାନ ଅତିଥି ଭାବେ ସମାଜସେବୀ ରବିନ୍ଦ୍ର ନାଥ ପାଣ୍ଡେ ପ୍ରମୁଖ ଯୋଗଦେଇଥିଲେ। ବୀଣାପାଣି ବିଦ୍ୟାମନ୍ଦିରର ଗୁରୁମା ଭାରତୀ ଜଗଦେବ, ନିବେଦିତା ମହାପାତ୍ର, ସୁନିତା ସାହୁ, ରିତାନଂଳୀ ସାମନ୍ତରାୟ ପ୍ରମୁଖଙ୍କ ମିଳିତ ସହଯୋଗରେ ଜଳ ସଂରକ୍ଷଣ ଓ ପରିବେଶ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅସରଳା ଗ୍ରାମର ଲୋକମାନଙ୍କ ଦ୍ଵାରା ସ୍ଥାନୀୟ ନେଳିଆ ପୋଖରୀ ଦଳ ସଫେଇ,ପୋଖରୀ ହୁଡା ବନ୍ଧ ସଫେଇ କରାଯାଇ ପରିବେଶ ସୁରକ୍ଷା ପାଇଁ ନୁତନ ବୃକ୍ଷରୋପଣ କରଯାଥିଲା। ଏହି କାର୍ଯ୍ୟକ୍ରମକୁ ଗୁରୁମା ପ୍ରମୋଦିନୀ ମହାପାତ୍ର ଓ ବିନୋଦିନୀ ସାହୁ ପ୍ରମୁଖ ସହଯୋଗ କରି ପରିଚାଳନା କରିଥିଲେ। ନେଳିଆ ପୋଖରୀ ପାହାଚ ଉପରେ ସମସ୍ତ ଛାତ୍ରଛାତ୍ରୀ, ଗୁରୁମା, ଓ ସ୍ଥାନୀୟ ଗ୍ରାମବାସୀ ମାନଙ୍କୁ ବସାଇ ଜଳ ସଂରକ୍ଷଣ,ସ୍ୱଛ ତଥା ନିର୍ମଳ ଜଳର ଉପକାରିତା,ମୃତିକା ସଂରକ୍ଷଣ,ନୀରୋଗ ଜୀବନ ଯାପନ ପରିବେଶ ସୁରକ୍ଷା ସମ୍ପର୍କରେ ମୁଖ୍ୟ ବକ୍ତା ପାଣ୍ଡବ ସାହୁ ଉଚିତ୍ ପରାମର୍ଶ ଦେଇଥିଲେ। ପରିଶେଷରେ ଗୁରୁମା ଭାରତୀ ଜଗଦେବ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.