ହିଂଜିଳିକଟୁ,୨୬/୦୨(ପିପିଟି); ଦେଶବ୍ୟାପି ଵ୍ୟଵସାୟୀ ସଙ୍ଘ ପକ୍ଷରୁ ଶୁକ୍ରବାର ଦିନ ସକାଳ ୬ ଠାରୁ ସନ୍ଧ୍ୟା ୬ ଘଣ୍ଟ ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ଡାକରା ସଂପୂର୍ଣ୍ଣ ସଫଳ ହୋଇଛି । କେବଳ ଜରୁରୀ ସେବା ମେଡିକେଲ ଷ୍ଟୋର ଗୁଡ଼ିକୁ ଛାଡି ଅନ୍ୟ ସମସ୍ତ ବ୍ୟବସାୟୀ ଏହି ଆନ୍ଦୋଳନରେ ଯୋଗଦେବସହ ନିଜନିଜର ବ୍ୟବସାୟିକ ଅନୁଷ୍ଠାନ ବନ୍ଦ ରଖି ଭାରତ ବନ୍ଦକୁ ସଫଳ କରିଥିଲେ। ଏକ ପ୍ରତିବାଦ ମୂଳକ ରାଲି ରେ ବାହାରି ସରକାରଙ୍କ ଦ୍ୱାରା ପ୍ରଣୀତ ଜିଏସଟି ର ସରଳି କାରଣ ପାଇଁ ଦାବି ସହ ସହର ପରିକ୍ରମା ସହ ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ହିଂଜଳି ତହସିଲଦାରଙ୍କ ମାଧ୍ୟମରେ ଜଣାଇଥିବା ସୂଚନା ମିଳିଛି। ହିଂଜିଳିରେ ଦେଶବ୍ୟାପୀ ବନ୍ଦ ସଂପୂର୍ଣ୍ଣ ସଫଳ ଓ ଶାନ୍ତି ଶୃଙ୍ଖଳାର ସହିତ ହୋଇଥିବାରୁ ହିଂଜିଳି ଲଷ୍ମୀ ନୃସିଂହ ବ୍ୟବସାୟୀ ସଂଘ ସଭାପତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।
(ରିପୋର୍ଟ – ସାନ୍ତନୁ କୁମାର ବେହେରା)