ଜିଲ୍ଳା ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ବେଲଗୁଣ୍ଠା ଛାତ୍ରୀଙ୍କ କୃତୀତ୍ୱ ।

0 236

ବେଲଗୁଣ୍ଠା,୦୯/୧୧(ପିପିଟି):ଶନିବାର ବ୍ରହ୍ମପୁର ଭିଭିଗିରି ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ବେଲଗୁଣ୍ଠା ବ୍ଳକ୍ ଦୁଇ ଜନ ଛାତ୍ରୀ ରାଜ୍ୟ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ପାଇଁ ଯୋଗ୍ୟତା ହାସଲ ବ୍ଳକ୍ ପାଇଁ ଗୌରବ ଆଣିଛନ୍ତି I ସୂଚନା ପ୍ରକାରେ ବରିଷ୍ଠ ବିଭାଗରେ ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ କେ ନୂଆଁଗଡ଼ ନୋଡ଼ାଲ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ ତୃପ୍ତିମୟୀ ପ୍ରଧାନ ‘ ମୋ ସ୍ଵପ୍ନର ଓଡ଼ିଶା, ପ୍ରସ୍ତୁତି ଓ ପ୍ରଗତି ‘ ଶୀର୍ଷକରେ ସୃଜନଶୀଳ ଲିଖନରେ ଶ୍ରେଷ୍ଠ ପ୍ରଦର୍ଶନ କରି ରାଜ୍ୟ ସ୍ତରକୁ ମନୋନୀତ ହୋଇଛନ୍ତି I ସେହିପରି ଏକାଦଶ/ ଦ୍ଵାଦଶ ଶ୍ରେଣୀ ବିଭାଗରେ କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦ୍ୱାଦଶ ଶ୍ରେଣୀ ଛାତ୍ରୀ ଲିପ୍ସାରାଣୀ ବିଷୋୟୀ ‘ଆଧୂନିକତା ,ସୂଚନା ଓ ପ୍ରଯୁକ୍ତି ବିଦ୍ୟ, ସମୃଦ୍ଧ ଓଡ଼ିଶା ‘ ଶୀର୍ଷକ ପ୍ରବନ୍ଧ ଲିଖନରେ ଶ୍ରେଷ୍ଠ ପ୍ରଦର୍ଶନ କରି ରାଜ୍ୟ ସ୍ତରୀୟ ସୁରଭିକୁ ମନୋନୀତ ହୋଇଛନ୍ତି I ଉଭୟ ଛାତ୍ରୀଙ୍କ ସଫଳତାରେ ସେମାନଙ୍କର ଶିକ୍ଷାନୁଷ୍ଠାନ ସମେତ ସମଗ୍ର ବେଲଗୁଣ୍ଠା ବ୍ଳକ୍ ରେ ଖୁସିର ଲହରୀ ଖେଳି ଯାଇଛି I ଗଞ୍ଜାମ ଜିଲ୍ଳା ଶିକ୍ଷାଧିକାରୀ ଅଜୟ କୁମାର ପାତ୍ରଙ୍କ ସମେତ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ, ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷାଧିକାରିଣୀ ଲୋପାମୁଦ୍ରା ରଥ,ଏବିଇଓ ଗୋବିନ୍ଦ ଚନ୍ଦ୍ର ପାଢୀ, ପ୍ରତିଭା କୁମାରୀ ରଥ, ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ସଭାପତି ମୃତ୍ୟୁଞ୍ଜୟ ପଣ୍ଡା,ପ୍ରଧାନ ଶିକ୍ଷକ ସୀମାଞ୍ଚଳ ପ୍ରଧାନ, ଅଧ୍ୟକ୍ଷା ରୁନିବାଳା ତ୍ରିପାଠୀ,ଗାଇଡ଼୍ ଶିକ୍ଷକ କରୁଣାକର ବିଷୋୟୀ, ଅଧ୍ୟାପକ ତ୍ରିନାଥ ବେହେରା, ସମସ୍ତ ସିଆରସିସିଙ୍କ ସମେତ ବ୍ଳକ୍ ର ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଉଭୟ କୃତୀ ଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ ରାଜ୍ୟ ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ସଫଳତା କାମନା କରିଛନ୍ତି ।

ରିପୋର୍ଟ୍ -ସୁଶାନ୍ତ କୁମାର ବେହେରା

Leave A Reply

Your email address will not be published.