ଭଞ୍ଜନଗର, ୧୬/୦୨(ପିପିଟି ):ଭଞ୍ଜନଗର ବ୍ଲକ ସଭାଗୃହ ଠାରେ ଜିଲ୍ଳା ପ୍ରଶାସନ ତରଫରୁ ବରିଷ୍ଠ ନାଗରିକଙ୍କ ସ୍ଵରଚିତ କବିତା ପାଠ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାରତି ଦେବୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା,ସହାୟକ ଜିଲ୍ଲାପାଳ ଚନ୍ଦ୍ରଗିରି ଗାୟତ୍ରୀ, ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ନାୟକ ଯୋଗ ଦେଇ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ଉପରେ କହିଥିଲେ । ବିଚାରକଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼. କମ୍ବୁପାଣି ସାମନ୍ତ, ପ୍ରଫେସର କୃତ୍ତିବାସ ବିଶ୍ୱାଳ ଓ କବି ପ୍ରଶାନ୍ତ ମହାନ୍ତି ଯୋଗ ଦେଇଥିଲେ । କବିତା ପାଠୋତ୍ସବରେ କୋଡିଏ ଜଣ ବରିଷ୍ଠ କବି ଯୋଗ ଦେଇଥିଲେ l କାର୍ଯ୍ୟକ୍ରମକୁ ପ୍ରଭାତୀ ମଞ୍ଜରୀ ବେହେରା ସଂଯୋଜନା କରିଥିଲେ । ଏହି ଉତ୍ସବରେ ବିଭିନ୍ନ ବିଷୟ ଉପରେ ରଚିତ କବିତାଗୁଡ଼ିକ ଶ୍ରୋତା ମାନଙ୍କୁ ଆନନ୍ଦ ଓ ଖୁସି ଦେଇଥିଲା । ବିଚାରକଙ୍କ ଅନୁସାରେ ସନ୍ତୋଷ କୁମାର ଜେନା, ନେତାଜୀ ବିଷୋୟୀ ଓ ସୁରେଶ ଚନ୍ଦ୍ର ସ୍ୱାଇଁଙ୍କୁ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାରତୀ ଦେବୀ ବିଜେତା କବି ମାନଙ୍କୁ ଆସନ୍ତା ୨୦ତାରିଖରେ ଜିଲ୍ଳା ସ୍ତରୀୟ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବା ପାଇଁ ସୂଚନା ପ୍ରଦାନ କରିବା ପରେ ଉପଖଣ୍ଡ ସୂଚନା ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)